କେସିଙ୍ଗା ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ମଞ୍ଜୁମେଧା ଗୁରୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଦୀର୍ଘ ୩୪ ବର୍ଷ ଧରି କେସିଙ୍ଗା ମହାବିଦ୍ୟାଳୟରେ ଶିକ୍ଷାଦାନ କରି ଶହ ଶହ ଉତ୍ତମ ଛାତ୍ର ନିର୍ମାଣ କରିଥିବା ଓଡ଼ିଆ ବିଭାଗ ପ୍ରାଧ୍ୟାପିକା ମଞ୍ଜୁମେଧା ଗୁରୁ ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଓଡ଼ିଆ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶ୍ରୀମତୀ ଗୁରୁଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସଭା ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ପର୍ଶୁରାମ ସାହୁ ଓ ଓଡ଼ିଆ ବିଭାଗ ଅଧ୍ୟାପକ ରାକେଶ କୁମାର ବିଶି ମଞ୍ଚାସୀନ ଥିଲେ। ପ୍ରାଧ୍ୟାପିକା ଗୁରୁ ଚାକିରୀ ଜୀବନର ସ୍ମୃତିକୁ ଭାବବିହ୍ବଳ ହୋଇ ପ୍ରକାଶ କରିଥିଲେ। ବକ୍ତାମାନେ ବରିଷ୍ଠ ପ୍ରାଧ୍ୟାପିକା ଶ୍ରୀମତୀ ଗୁରୁଙ୍କ ଛାତ୍ର ବତ୍ସଳତା ଓ ମହାବିଦ୍ୟାଳୟ ପ୍ରତି ଉତ୍ସର୍ଗୀକୃତ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସାହୁ, ବରିଷ୍ଠ ପ୍ରାଧ୍ୟାପକ ପର୍ଶୁରାମ ସାହୁ, ରାଜେଶ କୁମାର ବିଶି ଏବଂ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ଦେଇ ଆଗାମୀ ଜୀବନର ଶୁଭକାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.