କାଉଗୁଡ଼ା ଆଶ୍ରମ ବିଦ୍ୟାଳୟ ଜମି ଅଧିଗ୍ରହଣ ଗ୍ରାମସଭା ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ କାଉଗୁଡ଼ା ଆଶ୍ରମ ବିଦ୍ୟାଳୟ ପରିସରରେ ଏକ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଙ୍ଗଲ କିସମର ୧୫.୫୮ ଏକର ଜମିରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିବାବେଳେ ଜମି ଅଧିଗ୍ରହଣ ପାଇଁ ଆଜିର ଗ୍ରାମସଭା ଆୟୋଜିତ ହୋଇଥିଲା । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଏଇ ବିଦ୍ୟାଳୟ କାଉଗୁଡ଼ା ମୌଜାର ଗ୍ରାମ୍ୟ ଜଙ୍ଗଲରେ ଦୀର୍ଘ ବର୍ଷ ହେଲା ରହିଛି । ତେବେ ଏହା ରେକର୍ଡଭୁକ୍ତ ହୋଇପାରି ନଥିବାବେଳେ ଏହାକୁ ନେଇ ଆଜି ରାଜସ୍ବ ବିଭାଗ, ଜଙ୍ଗଲ ବିଭାଗ, ମଙ୍ଗଳ ବିଭାଗ ଏବଂ ପଞ୍ଚାୟତ କର୍ତ୍ତ୍ରୁପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ବ ପରିଦର୍ଶକ ଅରୁଣ କୁମାର ମାଝୀ, କମର୍ଦ୍ଧା ରାଜସ୍ବ ନିରୀକ୍ଷକ ଗଣେଶ୍ବର ଭୋଇ, ଜଙ୍ଗଲ ବିଭାଗ ପକ୍ଷରୁ ବନପାଳ ଭାଗିରଥୀ ନାଏକ, ମଙ୍ଗଳ ବିଭାଗ ପକ୍ଷରୁ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହ, ସମିତିସଦସ୍ୟା ମୁକ୍ତା ଭୋଇ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବନ ସୁରକ୍ଷା ସମିତିର ସଦସ୍ୟଙ୍କ ସହିତ ବହୁ ସଂଖ୍ୟାରେ କାଉଗୁଡ଼ା ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ଖେଳ ଶିକ୍ଷକ ଅମୂଲ୍ୟ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.