ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଜନ୍ମଦିନ ଅବସରରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ‘ବିଜୁ ଜନତା ଦଳ’ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଜନ୍ମଦିନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଛି। ଏହାସହ ‘ଓଡିଶା ମୋ ପରିବାର’ ପକ୍ଷରୁ ଏକ ରକ୍ତ ଦାନ ଶିବିରର ଆୟୋଜନ ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ଭବାନୀପାଟଣା ମ୍ୟୁନିସିପାଲିଟି ଅଧ୍ୟକ୍ଷ ସଂଯୁକ୍ତା ବେହେରା, ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଉପ ସଭାପତି ପ୍ରଦୀପ ମୁଣ୍ଡ, ସାରଦା ପ୍ରଶନ୍ନ ସ୍ବାଇଁ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଜୋନ ଯୁବ ସଭାପତି ମନିନ୍ଦ୍ର ମହାନ୍ତି, ସଚ୍ଚିଦାନନ୍ଦ ମହାକୁଡ଼, ରାଜ୍ୟ ଯୁବ ସହ ସମ୍ପାଦକ ରବି ପଟ୍ଟନାୟକ, କାଦିର ଖାନ, ପ୍ରଦୀପ ଦାସ, ଜିତେନ୍ଦ୍ର ବେହେରା, କ୍ଷୀରସିନ୍ଧୁ ନାଏକ, କାମାକ୍ଷ ସିଂହ ଦେଓ, ଲବଣୀ ମହାନନ୍ଦ, ଶିବା ସାହୁ, ପ୍ରଶାନ୍ତ ଠାକୁର, ବଦ୍ରୀ ପଟ୍ଟନାୟକ, ଉତ୍ପଳ ଦାସ ତଥା ବିଜେଡିର ଛାମୁଆ ସଂଗଠନ କର୍ମକର୍ତ୍ତା, ଅନେକ କାଉନସିଲର ଏବଂ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.