ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ରକ୍ତଦାନ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଓ କଳାରୁଦ୍ର ଯୁବକ ସଂଘ, ଖୋଲାଝରକା ଯୁବ ଅନୁଷ୍ଠାନ, ସୋସିଆଲ ଆକ୍ଟିଭିଷ୍ଟି ଅଫ କଳାହାଣ୍ଡି ଏବଂ ହରଗୌରୀ ମହାବିଦ୍ୟାଳୟ କୁସୁର୍ଲା ୟୁଥ ରେଡ କ୍ରେସ ସ୍ୱେଚ୍ଛା ସେବୀ ମାନଙ୍କ ଆନୁକଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରଶନ୍ନ କୁମାର ମେହେର ଓ ଲେଖାପାଳ ଦୁତିୟା ବନଛୋରଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରରେ ମୋଟ ୨୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୋରାଡବରା ଛକ ଠାରେ ରକ୍ତଦାନ ପଦଯାତ୍ରା ଓ ପରେ ହରଗୌରୀ ମହାବିଧ୍ୟାଳୟ କୁସୁର୍ଲା ଠାରେ ବୃକ୍ଷ ରୋପଣ ଓ ଶ୍ୟାମ ପ୍ରସାଦ ମୀଖାର୍ଜୀଙ୍କ ୧୨୧ ତମ ଜନ୍ମଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟତିଥି ଭାବରେ କଳାହାଣ୍ଡି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ଉଦ୍ଧବ ପଣ୍ଡା, ସମାଜସେବୀ ସତ୍ୟ ସାହୁ, ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ, ପଣ୍ଡାକମାଲ ସରପଞ୍ଚ ରୀନା ସାହୁ, ବୋରପଦର ସରପଞ୍ଚ ସୁବାଷ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତା ଓ ଯୁବ ଅନୁଷ୍ଠାନ ମାନଙ୍କର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଜାତୀୟ ଯୁବ ସ୍ୱେଚ୍ଛା ସେବୀ ସନତ କୁମାର ସାହୁ, ଆମର ସିଂ ଭୋଇ, ବିକାଶ ସୁନା, କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ସମ୍ପାଦକ ରେଶବ ସାହୁ, ଖୋଲାଝରକା ଯୁବ ଅନୁଷ୍ଠାନ ବାଞ୍ଜିପଦାର ସଭାପତି ମିଟୁ ସାହୁ, ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ପ୍ରତିଷ୍ଠାତା ପ୍ରମୋଦ ସାହୁ, ଜିଲ୍ଲା ସମ୍ପାଦକ ଡମ୍ବରୁ ସାହୁ,ବୀରେନ୍ଦ୍ର ଚୌଧୁରୀଙ୍କ ସମେତ କ୍ରିଷ୍ଣା ସାହୁ, ଗିରେଶ ନାଏକ, ଲଳିତ, ଅରବିନ୍ଦ, ଲୁଲୁ, ହରପ୍ରସାଦ, ଶମ୍ଭୁ, ନୀଳକଣ୍ଠେଶ୍ଵର, ଡୋଲମଣୀ, ତ୍ରିଲୋଚନ, ହେମନ୍ତ, ଠାକୁର, ରଘୁମଣୀ, ପୂର୍ଣଚନ୍ଦ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.