ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଚେତନା ଅଭିଯାନ-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ‘ଶିକ୍ଷା ଚେତନା ଅଭିଯାନ-୨୦୨୨’ ଅନୁଷ୍ଠିତ ହେଇଯାଇଛି। ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ଛାତ୍ରଛାତ୍ରୀଙ୍କୁ ୫୦ ଗୋଟି ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ର ଚିତ୍ତରଞ୍ଜନ ଗୋପାଳ, ମୌସମ ସୁନାନୀ ଏବଂ ଛାତ୍ରୀ ଜୟଶ୍ରୀ ଖମାରୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଆକାରରେ ମାନପତ୍ର ସହିତ ମହାପୁରୁଷଙ୍କ ଜୀବନୀ ପୁସ୍ତକ ପ୍ରାପ୍ତ ହୋଇଥିଲେ। ଏହା ସହିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅମ୍ବିକା ପୁଝାରୀ ୮୦.୫ % ମାର୍କ ରଖି ବିଦ୍ୟାଳୟରେ ଟପ୍ପର ହେଇଥିବାରୁ ସଂଗଠନ ପକ୍ଷରୁ ତାଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଛି। ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ଭବେଶ ଗଇଁତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ଧର୍ମଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଜୁଏଡ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ବେହେରାର ପୂର୍ବତନ ସରପଞ୍ଚ ସୁଚିତ୍ରା ଗୋପାଳ, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ସମ୍ପାଦକ ଅବିନାଶ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଗଠନର ସଦସ୍ୟ କ୍ଷୀରସିନ୍ଧୁ ବାଣୁଆଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ପ୍ରଶ୍ନମଞ୍ଚ ବିଚାରକ ଭାବେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସଚିଦାନନ୍ଦ ଗୌଡ ଯୋଗ ଦେଇଥିଲେ। ବିଦ୍ୟାଳୟ ହିନ୍ଦୀ ଶିକ୍ଷକ ଜୟନ୍ତ କୁମାର ବାରିକ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ସଂଗଠନ ସମ୍ପାଦକ ଭୁଜବଳ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ହେମାଲ ବିଶି, ରୁପେଶ ନାଏକ, ରିଙ୍କୁ ବିଶି, କ୍ଷୀରସିନ୍ଧୁ ବାଗ ଓ ବିଦ୍ୟାଳୟର ଶିକ୍ଷକମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.