ନର୍ଲାରେ ଜେଏମଏଫସି କୋର୍ଟ ସ୍ଥାପନ ଆଶା ଉଜ୍ଜଳ, ଅଞ୍ଚଳରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ବହୁ ପ୍ରତିକ୍ଷିତ ଜେଏମଏଫସି କୋର୍ଟ ସ୍ଥାପନ ନେଇ ଆଶା ଉଜ୍ଜଳ ହୋଇଛି। ଓଡିଶା ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଲେଟର ନଂ ଆଇ ଜେ – ୬୧/୨୦୨୧ ୭୫୦୨/ଏଲ ତା: ୫ ଜୁଲାଇ ୨୦୨୨ ରେ ରାଜ୍ୟର ନୂତନ ଭାବେ ହେବାକୁ ଥିବା ୩୮ ଗୋଟି ନୂତନ ଜେଏମଏଫସି କୋର୍ଟ ପାଇଁ ଆବଶ୍ୟକୀୟ ୪୫୬ ପଦବୀର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତାଲିକାରେ କଳାହାଣ୍ଡି ଜିଲ୍ଲାର ନର୍ଲା ଥିବା କଥା ଉଲ୍ଲେଖ ରହିଛି। କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକ ତଥା ନିର୍ବାଚନ ମଣ୍ଡଳୀର ସଦର ସ୍ଥାନ ନର୍ଲାରେ ଜେଏମଏଫସି କୋର୍ଟ ସ୍ଥାପନ ନେଇ ଦାବି ହୋଇ ଆସୁଥିଲା। ଶେଷରେ ସରକାର ଜନସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଦେଇ ଥିବାରୁ ନର୍ଲା ଓକିଲ ସଂଘ ସମେତ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ନର୍ଲା ଓକିଲ ସଂଘ ସଭାପତି ଚନ୍ଦ୍ରଶେଖର ଚାନ୍ଦ, ପୂର୍ବତନ ସଭାପତି କୁବେର ସାହୁ ସଂଘ ପକ୍ଷରୁ ଓଡିଶା ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଜେଏମଏଫସି କୋର୍ଟ ସ୍ଥାପନ ପୂର୍ବରୁ ପ୍ରଥମେ ସଂପୃକ୍ତ ସ୍ଥାନର ଆବଶ୍ୟକୀୟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.