ବିଜେପି ଯୁବ ମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଯାତ୍ରା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଯୁବ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସମୀର ସାହୁଙ୍କ ନେତୃତ୍ୱରେ ୭୫ ତମ ଆଜାଦିର ଅମୃତ ମହୋତ୍ସବକୁ ସଫଳ କରିବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୫୦ ଗୋଟି ବାଇକରେ ତ୍ରିରଙ୍ଗା ଧରି ଏକ ର‌୍ୟାଲି ଜୁନାଗଡ ଅଭିମୁଖେ ଯାତ୍ରା କରିଥିଲେ । ଏହି ର‌୍ୟାଲି ବୃନ୍ଦବାହାଲଠାରେ ପହଞ୍ଚିବା ପରେ ସେଠାରେ ସହିଦ ବିଜେନ୍ଦ୍ରନାଥ ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେଠାରୁ ବାଇକ ର‌୍ୟାଲି ବାହାରି ଜୁନାଗଡ ଅଭୁମିଖେ ଯାତ୍ରା କରିଥିଲା । ଏହି ତ୍ରିରଙ୍ଗା ଯାତ୍ରାରେ ଗୋଲାମୁଣ୍ଡା ମଣ୍ଡଳରୁ ହିତେଶ ମାଶରା, ସୌମ୍ୟ ପଣ୍ଡା, ମଳୟ ରାଉତ, ବୈଶାଖୁ କେତେକୀ, ବେଣୁଧର ସାହୁ, ଦଶପୁର ମଣ୍ଡଳରୁ ମନୋଜ ପଟେଲ, ନିଗମ ସାହୁ, ଟୁନା ପ୍ରଧାନ, ମୁକେଶ ସାହୁ ଓ କେଗାଁ ମଣ୍ଡଳରୁ ଜେକେ ସାହୁ, କାହ୍ନୁ ସାହୁ, ଅନିଲ ଭୋଇ ପ୍ରମୁଖ ସମେତ ଶତାଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.