ଜିଏସଟି ବିରୁଦ୍ଧରେ ନର୍ଲା କଂଗ୍ରେସର ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେପି ସରକାରଙ୍କ ଦ୍ୱାରା ଚାଉଳ, ଚୁଡା. ମୁଢିଲିଆ, କ୍ଷୀର, ଦହି ଓପରେ ୫ % ଜିଏସଟି କୁ ରାଜ୍ୟ କଂଗ୍ରେସ୍ ତରଫରୁ ବିରୋଧ କରାଯାଇ ସାରା ରାଜ୍ୟରେ ଏହାର ପ୍ରତିବାଦ ସଭା ଓ ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ନର୍ଲା କଂଗ୍ରେସ୍ ତରଫରୁ ମଧ୍ୟ ବ୍ଲକ୍ ସଭାପତି ସମୀର ଚାନ୍ଦ ଙ୍କ ନେତୃତ୍ୱରେ ରୁପ୍ରା ଠାରୁ ବାଲିପଡା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ମହେନ୍ଦ୍ରୀ ସାହୁ, ତ୍ରୀଲୋଚନ ପାଣିଗ୍ରାହୀ, ଛାତ୍ର କଂଗ୍ରେସ୍ ସଭାପତି ଦେବାଶିଷ କୁମାର, ବରିଷ୍ଠ କଂଗ୍ରେସ ନେତା ପାଟମାଝୀ, ସୁନିତା ନାଏକ, ଜ୍ୟୋତି ବେହେରା, ପରମେଶ୍ୱର ବାଗ, ରାଜକୁମାର ସରାଫ, ଦିବାକର ବେହେରା ଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ । ପଦଯାତ୍ରା ପରେ ବାଲିପଡାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସର ବରିଷ୍ଟ ସଦସ୍ୟ ମାନେ କେନ୍ଦ୍ର ଏନଡିଏ ସରକାରଙ୍କ ଉପରେ ବର୍ଷିଥିଲେ । କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଶତ୍ରୁ ସାଜିଛି ବୋଲି ତାଙ୍କ ଭାଷଣ ରେ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.