ଟିର୍ଲିଆମରେ ଝାଡ଼ାବାନ୍ତି ପ୍ରସଙ୍ଗ: ସ୍ଥିତି ଅନୁଧ୍ୟାନ କରି ଫେରିଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆମପାଣି ପଂଚାୟତର ଦୁର୍ଗମ ଅଂଚଳରେ ଥିବା ଆଦିବାସୀ ଜନଜାତିଙ୍କ ଗାଁ ଟିର୍ଲିଆମରେ ଗତ କିଛି ଦିନ ତଳେ ଝାଡ଼ାବାନ୍ତି ରୋଗରେ ୬ ଜଣ ଆକ୍ରାନ୍ତ ହୋଇଥିଲେ। କୋକସରା ମେଡିକାଲ ଟିମ୍ ର ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ଟିମ୍ ଟିର୍ଲିଆମ ଗାଁରେ ପ୍ରତିଦିନ ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି। ଗୁରବାର ଦିନ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଟିର୍ଲିଆମ ଗ୍ରାମ ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ ଟିମ୍ ଟିର୍ଲିଆମରେ ପହଂଚି ଗ୍ରାମର ପରିବେଶ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ନିରିକ୍ଷଣ କରିବାସହ ଆକ୍ରାନ୍ତ ପରିବାର ଓ ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ମେଡିକାଲ ଟିମରେ ଡିପିଏଚଓ ଡ଼. ରାକେଶ ସାହୁ, ଇପିଡୋମାଲୋଜିଷ୍ଟ ନିହାର ରଂଜନ ଠାକୁର, ଡିଏମଆଡିଏସପି ସୌମ୍ୟ ରଂଜନ, ମାଇକ୍ରୋ ବାଇଲୋଜିଷ୍ଟ ଦୀପକ କୁମାର ସାହୁ, ମାନସ ପଟ୍ଟନାୟକ, କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିତ୍ସାଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁଶିଳ କୁମାର ସାହୁ, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା, ଚତୁର୍ଭୁଜ ବାଣୁଆ, ସ୍ୱାସ୍ଥ୍ୟ କର୍ମୀ କ୍ଷୀରୋଦ ବାଗ ଉପସ୍ଥିତ ରହିଥିଲେ। ମେଡିକାଲ ଟିମ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ସମାଜସେବୀ ସଞ୍ଜୟ ସିଙ୍ଘଲ ଟିର୍ଲିଆମ ଗାଁରେ ପହଂଚି ବାସ୍ତାବିକ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ଅଗଷ୍ଟ ୨୨ରେ ସ୍ଥିତି ଅନୁଧ୍ୟାନ କରିବାକୁ ଧର୍ମଗଡ ଉପ ଜିଲ୍ଲାପାଳ ପି.ସଚିନ ପ୍ରକାଶ ଓ ତହସିଲଦାର ରାକେଶ ପାରୁଆ ମଧ୍ୟ ଟିର୍ଲିଆମ ଗାଁରେ ପହଂଚିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.