ବଡଧାରପୁର ପଂଚାୟତରେ ବିଡ଼ିଓଙ୍କ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଡ଼ଧାରପୁର ଗ୍ରାମ ପଞ୍ଚାୟତ ଠାରେ ବିଡ଼ିଓଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ସିଡିପିଓ ନିବାସିନୀ ବିଶ୍ୱାଳ, ଅତିରିକ୍ତ ତହସିଲଦାର, ଜିପିଓ କ୍ଷିତିଶ ଚନ୍ଦ୍ର ନାଏକ, ମେଡିକାଲ ଅଫିସର, ନର୍ଲା ବି.ପି.ଏମ ସବୀର ପଧାନ ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମୀ, ବଡ଼ଧାରପୁର ପଞ୍ଚାୟତ ସରପଞ୍ଚ ପର୍ଶୁରାମ ହରପାଳଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କୋଭିଡ ଟିକା ପ୍ରିକୋସନ ଡୋଜ ମଧ୍ୟ ୨୩୦ ଜଣଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣୀ ଶିବିରରେ ୨୯୪ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଛି । ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗମାନ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାବାଦ ସ୍ୱଚ୍ଛତା ପକ୍ଷ ପାଳନ ପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତୀଙ୍କ ନେତୃତ୍ୱରେ ପଞ୍ଚାୟତ ଅଫିସ ପରିସର ଓ ରାସ୍ତା କଡରେ ନର୍ଲା ବ୍ଲକ କତ୍ତୃପକ୍ଷ, ବଡଧାରପୁର ସରପଞ୍ଚ, ପଞ୍ଚାୟତ କର୍ମଚାରୀ, ଲୋକ ପ୍ରତିନିଧି, ଯୁବ ସ୍ବେଛାସେବୀ ଚଣ୍ଡୀଦାସ ସାହୁ, ରୁଦ୍ର ସାହୁ ସମସ୍ତେ ମିଶି ସଫେଇ କାର୍ଯ୍ୟକ୍ରମ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.