ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରୟାସ: ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ମଣ୍ଟୁ ନାଏକଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଳକର ସିକୁଆଁ, ଗୁରଜୁଙ୍ଗ ଏବଂ ବୋର୍ଡା ପଞ୍ଚାୟତକୁ ଗସ୍ତ କରି ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବିମାନଙ୍କ ସହ ଆଲୋଚନା ସହ ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ମଣ୍ଟୁ ନାଏକ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ସହ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ବିଜେଡିର ଏକ ପ୍ରତିନିଧି ଦଳ ତାଙ୍କସହ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ପ୍ରଦୀପ ଭୋଇଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବୋରଭଟ୍ଟା ସରପଞ୍ଚ ବିବେକ ନାଗ, ବଦ୍ରିନାରାୟଣ ଭୋଇ, ୟସ କୁମାର ପ୍ରଧାନ, ଦୟାନିଧି ଜାନୀ, ବ୍ଳକ ଯୁବ ସଭାପତି ଶୁଶିଲ ସାହୁ, ଗୁରଜୁଙ୍ଗ ପଞ୍ଚାୟତ ସଭାପତି ବେଦ ସାହୁ, ସମାଜସେବୀ ରୋସନଲାଲ ଛତର, ନରେନ୍ଦ୍ର ପ୍ରଧାନ, ପରାମାନନ୍ଦ ଭୋଇ, ଦୟାନିଧି ଜାନୀ, ଲମ୍ବୋଦର ସାହୁ, ଧରଣୀଧର ପ୍ରଧାନ, ଧିରଜ ପ୍ରଧାନ, ଯୁଧିଷ୍ଠିର ଜାଲ ବିଜେଡ଼ି ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ତଥା ଯୁବ ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.