ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ : ମୁଣ୍ଡକୁ ତାଡ଼ି ଦାନ୍ତ କାଢିନେଇଛନ୍ତି ଦୁବୃତ୍ତ (Visual News)  

କଳାହାଣ୍ଡି,୮/୫ ( ହେମନ୍ତ ସାହୁ ) :କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ନର୍ଲା ବନାଞ୍ଚଳ ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲ,ଉତେଇ ଉପକଣ୍ଠ ଚେରେଡ଼ୁଙ୍ଗୁରୀ(ଉତେଇ ନଦୀ କୁଳରୁ ପ୍ରାୟ ତିନି କିମି)ରେ ଏକ ଦାନ୍ତ ବିହୀନ ମୃତ ହାତୀର ଶବ ପଡ଼ିଥିବା ମନ ବିଭାଗର ଦାୟିତ୍ୱହୀନତାର ଏକ ଚରମ ଉଦାହରଣ । ଗତ କିଛି ଦିନ ତଳେ ଖବର କାଗଜରେ ନର୍ଲା ରେଂଜ ଅଂଚଳରେ ଏକ ଅସୁସ୍ଥ ଦନ୍ତା ହାତୀ ଘୁରିବୁଲୁଥିବାର ଖବର ପ୍ରକାଶ ପାଇବା ସହ ଏ ସଂକ୍ରାନ୍ତରେ ନର୍ଲା ରେଞ୍ଜ ଅଧିକାରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା ବେଳେ ସେ ଅତି ହାଲୁକା ଭାବରେ କଥାକୁ ଏଡ଼ାଇଯିବା ସହିତ ଲୋକେ ମିଛ ପ୍ରଚାର କରୁଛନ୍ତି ଏବଂ ଆମେ ଜଙ୍ଗଲ ଉପରେ ସଂପୂର୍ଣ୍ଣ ନଜର ରଖିଛୁ ବୋଲି କହିଥିବାବେଳେ ମଙ୍ଗଲବାର ଦିନ ପ୍ରାୟ ବାରଟା ବେଳେ କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କଠାରୁ ଖବର ପାଇ ବନବିଭାଗ କର୍ମଚାରୀ ମାନେ ଉତେଇ ଉପକଣ୍ଠ ନର୍ଲା ରେଂଜ ଅଧିନସ୍ଥ ଉର୍ଲାଦାନୀ ଜଙ୍ଗଲ ତଥା ପ୍ରାୟ ଚାରିକିଲୋମିଟର ଭିତରେ ଥିବା ଚେରେଡ଼ୁଙ୍ଗୁରୀଠାରେ ଏକ ଦାନ୍ତ ବିହୀନ ମୃତହାତୀର ଶବ ପଡ଼ିଥିବାର ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ।

ହାତୀ ପଚିଯିବାପରେ ସୂଚନା ପାଇଲା ବନବିଭାଗ

ଖବର ପାଇ ଆମ ପ୍ରତିନିଧି ମଧ୍ୟ ଉକ୍ତ ସ୍ଥାନକୁ ଯାଇ ମୃତ ହାତୀର ଫଟୋ ଉତ୍ତୋଳନ କରିବା ସହ ପାରିପାଶ୍ୱିର୍କ ଅବସ୍ଥା ଦେଖିଥିଲେ । ଘଟଣାସ୍ଥଳରେ ବନ ବିଭାଗର କିଛି କର୍ମଚାରୀ ସେଠାରେ ମୃତ ହାତୀର ଶବକୁ ଜଗି ରହିଥିବାବେଳେ ଆଉ କିଛି କର୍ମଚାରୀ ଘଟଣାସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଥିଲା । ତେବେ ସେଠାରେ ଆମ ପ୍ରତିନିଧି ଉପସ୍ଥିତ ଥିବାବେଳେ ନିକଟ ଜଙ୍ଗଲରୁ ହାତୀଙ୍କର ଚିତ୍କାର ଶୁଣିବାକୁ ପାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛିଦିନ ତଳେ ଏହି ବନ ଖଣ୍ଡ ଅଧୀନସ୍ଥ ଶ୍ରୀପାଲି ଗ୍ରାମର ଜଣେ ବୃଦ୍ଧାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହେଇଥିବାବେଳେ ପ୍ରତିବର୍ଷ ଏହି ସମୟରେ ହାତୀ ପଲଙ୍କ ଆତଯାତ ଲାଗିରହିଥାଏ । ତଥାପି ବନ ବିଭାଗ ତରଫରୁ ଯେତିକି ମାତ୍ରାରେ ହାତୀଙ୍କ ସୁରକ୍ଷା ପ୍ରତି ଦୃଷ୍ଠି ଦେବା କଥା ସେତିକିମାତ୍ରାରେ ଦୃଷ୍ଟି ଦିଆଯାଉନଥିବାର ଅଭିଯୋଗ ହେଉଛି ।

( କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ମଙ୍ଗଳବାର ଉଦ୍ଧାର ହୋଇଥିବା ହାତୀର ଦାନ୍ତକୁ କେହି ଦୁବୃତ୍ତ ତାଡ଼ି ନେଇଥିବା ବେଳେ ଏହି ଅଂଚଳରେ ହାତୀ ଶିକାରୀଙ୍କ ଉପସ୍ଥିତିକୁ ଜାହିର କରୁଛି । ତେବେ ହାତୀଟିକୁ ମାରିବା ପରେ ତାର ଦାନ୍ତ କାଢିନିଆଯାଇଛି କି ମୃତ ହାତୀର ଶବ ଦେଖିବାପରେ ତାର ଶରୀରରୁ ଦାନ୍ତ କାଢିନିଆଯାଇଛି ତାହା ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଶବ ପଚିବା ଆରମ୍ଭ ହେଇଥିବାବେଳେ କେବେ ହାତୀ ମୃତ୍ୟୁର ଶିକାର ହେଇଛି ତାହା ମଧ୍ୟ ଜଣାପଡ଼ୁନାହିଁ । ଏ ସଂକ୍ରାନ୍ତରେ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ସେ, ଭବାନୀପଟଣାରେ ଅଛି ଏବଂ ଏ ସଂକ୍ରାନ୍ତରେ ଖବର ପାଇ ସାରଛି, ଜିଲ୍ଲା ବନାଂଚଳ ଅଧିକାରୀଙ୍କ ଉପସ୍ଥିତିରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

ନର୍ଲା ରେଞ୍ଜ ରେ ଅସୁରକ୍ଷିତ ବନ୍ୟପ୍ରାଣୀ

ଏଠାରେ ସୂଚନା ଥାଉ କି, ଡ଼ିଏଫ୍ଓଙ୍କ ଅବହେଳା ସହ ତାଙ୍କର ନିୟମିତ ପରିଦର୍ଶନ ରହୁନଥିବାବେଳେ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏହି ରେଂଜରେ ବନ୍ୟଜନ୍ତୁ ଅସୁରକ୍ଷିତ ହେଇପଡ଼ିଛନ୍ତି । ଏ ନେଇ ନର୍ଲା ରେଂଜ ଅଧିକାରୀ ନୃତ୍ୟରାଜ ମାଝୀଙ୍କୁ ପଚାରିବାରୁ, ବୁଧବାର (ଆଜି) ଶବ ବ୍ୟବଚ୍ଛେଦ୍ଦ ପରେ ସବିବେଶ ତଥ୍ୟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି । ତେଣୁ ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ସହ ହାତୀ ମୃତ୍ୟୁର ରହସ୍ୟ, ହାତୀ ଦାନ୍ତ ଶିକାରୀଙ୍କୁ ଠାବ କରିବା ସହ ବନ୍ୟଜନ୍ତୁ ଓ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.