ଜଙ୍ଗଲ ଜମି ଅଧିକାର ପାଇଁ ଗର୍ଜିଲେ ଆଦିବାସୀ

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କୁଶପୁତ୍ତଳିକା ଦାହ 

ଏକତା ଛକକୁ ଘାସିରାମ ମାଝୀ ଛକ କରାହେଲା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ରେ ୧୬ ହଜାର ଆଦିବାସୀ ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଂଚିତ ରହିଛନ୍ତି | ଏ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ପକ୍ଷରୁ ଜିଲ୍ଲପାଳ ଅଫିସ ଘେରାଉ କରାଯାଇଛି | ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଜିଲ୍ଲପାଳ ଅଫିସ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି |  ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ଙ୍କ ନେତୃତ୍ୱରେ ବହୁ ସଂଖ୍ୟା ରେ ଆଦିବାସୀ ସ୍ଥାନୀୟ ପୋଲିସ ପଡିଆ ଠାରେ ଏକାଠି ହୋଇଥିଲେ | ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବଜାଗଜା ସହ ଏକ ଶୋଭାଯାତ୍ରା ବାହାରି ଏକତା ଛକ ରେ ସ୍ବର୍ଗତ ମନ୍ତ୍ରୀ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏକତା ଛକକୁ ବିଧିବଦ୍ଧ ଭାବେ ଘାସିରାମ ମାଝୀ ଛକ ନା ରେ ନାମିତ କରିଥିଲେ | ସେଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲପାଳ ଅଫିସ ସମ୍ମୁଖରେ ପହଂଚି ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲପାଳ ଅଫିସର ଘେରାଓ କରିବା ସହ ଜଙ୍ଗଲ ଜମି ଅଧିକାରକୁ ନେଇ ଗର୍ଜି ଉଠିଥିଲେ | ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲପାଳ ଅଫିସକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ | ପରେ ସଭାପତି ଶ୍ରୀ ମାଝୀ ଙ୍କର ଅଧକ୍ଷତା ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଉପଦେଷ୍ଟା ଭାବେ ବିହାରୀ ଲାଲ ବିଶ୍ୱାଳ ଏବଂ ସମ୍ମାନିତ ଅତିଥି ଭାବେ ସମ୍ବଲପୁରୀ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ଉପ ସଭାପତି ରାଜୁ ଘାଟିଆ, ଜିଲ୍ଲା ସାଧାରଣ ସମ୍ପାଦକ ବାଳ କୃଷ୍ଣ ଶବର, ଉପ ସଭାପତି କମଲେଶ ସିଂ ଠାକୁର, ଇଶ୍ୱର ଚନ୍ଦ୍ର ନାୟକ, ଉପଦେଷ୍ଟା ଖାମ ସିଂ ମାଝୀ, ଜୟରାମ ଶବର, ହୋମ ସିଂ ମାଝୀ, ସ୍ବର୍ଗତ ଘାସିରାମ ମାଝୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଅଧକ୍ଷା ସରୋଜିନୀ ମାଝୀ, କୋମନା ବ୍ଲକ ସଭାପତି ଜ୍ଞାନେଶ୍ୱର ମାଝୀ, ଖରିଆର ବ୍ଲକ ସଭାପତି କାର୍ତ୍ତିକେଶ୍ୱର ମାଝୀ, ସିନାପାଲି ବ୍ଲକ ସଭାପତି ଦୁର୍ବଳ ମାଝୀ, ବୋଡେ଼ନ ବ୍ଲକ ସଭାପତି ଲଛମନ ସିଂ ଭୋଇ, ମହିଳା ନେତ୍ରୀ ଅମ୍ବିକା ମାଝୀ, ରମାକାନ୍ତି ମାଝୀ ପ୍ରମୁଖ ଯୋଗ ଦେଇଥିଲେ | ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ ମଞ୍ଚ ପରିଚାଳନା କରିଥିଲେ | ସଭା ରେ ଜିଲ୍ଲାର ୧୬ ହଜାର ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମୁତାବକ ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଥିଲା | ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ କିସମକୁ ଜମି ପଟ୍ଟାରେ ଫସଲ ବୀମା ଧାର୍ଯ୍ୟ, କୃଷି ଋଣ ପ୍ରଦାନ କରିବା ସହ ଉତ୍ପାଦିତ ଫସଲ କୁ ମଣ୍ଡି ରେ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରାଯାଉ |

Udyog Nursery
Udyogi Nursery

ମନରେଗା ଯୋଜନାରେ ଜମି ମରାମତି ପାଇଁ ଅନୁଦାନ ଯୋଗାଇ ଦିଆଯାଉ | ଜିଲ୍ଲାରେ ଅନ୍ଵେଷା ଯୋଜନାରେ ପରିଚାଳିତ ସ୍କୁଲରେ ହେଉଥିବା ଦୁର୍ନୀତିର ପର୍ଦାଫାଶ ସହ କେନ୍ଦ୍ରୀୟ ସାମାଜିକ ସମୀକ୍ଷା ହେଉ | ଆଦିବାସୀଙ୍କ ଏତିହ୍ୟ, ସଂସ୍କୃତି, ପରମ୍ପରା, ପୂଜା ପଦ୍ଧତି ଭଣ୍ଡୁର କରିବା ଉଦେଶ୍ୟ ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୟୁନିଫର୍ମ ସିଭିଲକୋଡ଼ କୁ ରଦ୍ଧ କରାଯାଉ | ଆଦିବାସୀଙ୍କ ସ୍ୱତନ୍ତ୍ର ବିକାଶ ପାଇଁ ପ୍ରଯୁଜ୍ୟ ଆଇ. ଏଲ. ଟି. ଏ. ପି ଯୋଜନା ରେ ୧୦ କୋଟି ଟଙ୍କା ର ଅନୁଦାନ କୁ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଅପବ୍ୟବହାରକୁ ବନ୍ଧ କରିବାକୁ ଦାବି ହେଉଥିଲା | ଏଥି ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧ ରେ ବିଷୋଦାଗାର କରିବା ସହ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା | ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୮ ଦଫା ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲପାଳ ଅଗସ୍ତି ପ୍ରଧାନଙ୍କୁ ପ୍ରଦାନ କରାଯଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.