ବନ୍ୟା ବିତ୍ପାତ: ୧୮ ମୃତ, ୧୨ ନିଖୋଜ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ ମୋରଞ୍ଚପାଲ୍ଲି ଗ୍ରାମରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚା‌ଲିଯାଇଛି। ସମଗ୍ର ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ଗାଁ ଲୋକ ପ୍ରାଣ ବିକଳରେ ଛାତ ଉପରେ ଏବଂ ଗଛ ଉପରେ ଚଢ଼ି ରହିଛନ୍ତି। ଭିଡିଓ କରି ସେମାନେ ସେମାନଙ୍କୁ ଉଦ୍ଧାର କରିବାପାଇଁ ଅନୁରୋଧ କରିବାପରେ ପ୍ରଶାସନ ଦ୍ଵାରା ଉଦ୍ଧାର ଅପରେସନ ଆରମ୍ଭ ହୋଇଛି ।

Omkar Vasthu
Omkar Vasthu

ଗୋଦାବରୀ ନଦୀର ଜଳସ୍ତର ୫୫ ଫୁଟକୁ ବୃଦ୍ଧି ପାଇଛି। ଆନ୍ଧ୍ରର ବାଦ୍ରାଦ୍ରି କତାଗୁଡ଼େମ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷା ଯୋଗୁଁ ଓ ବନ୍ୟା ସ୍ଥିତିକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ବାଦ୍ରାଚେଲାମର କତାକଲୋନୀ, ଆୟାପା କଲୋନୀ, ଦୁମାଗୁଡେମ ବ୍ଲକର ଚୁନାମବାଟି ଏହି ସବୁ ଗାଁରୁ ୪୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର କରିଛି ଆନ୍ଧ୍ର ପ୍ରଶାସନ । ଅନ୍ୟପଟେ ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

Pearl dental clinic
Near Ashish Medical Store, Bhawanipatna

ମୁଲୁଗୁ ଜିଲ୍ଲାରେ କୋଣ୍ତାଇ ଗାଁରୁ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ସେନା‌ ଏବଂ ଏନ୍‌ଡିଆରଏଫ୍‌ ଦ୍ବାରା ଉକ୍ତ ଗ୍ରାମରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ‌ତେବେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ବନ୍ୟା ଜଳରେ ଭାସିଯାଇଛନ୍ତି । ପ୍ରାୟ ୧୫୦୦ ଲୋକଙ୍କ ଜୀବନ ବିପଦରେ ରହିଛି । ଗୋଦାବରୀ ଜଳସ୍ତର ଦ୍ଵିତୀୟ ବିପଦ ସଙ୍କେତ ଟପିବାପରେ ଭଦ୍ରଚଲମରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେର୍ଡ଼ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଓଡ଼ିଶା ସୀମାନ୍ତ ମାଲକାନଗିରି ଠାରୁ ମୋଟୁ ସ୍ଥିତି ମଧ୍ୟ ସ୍ୱାଭାବିକ ରହିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.