ସୁବର୍ଣ୍ଣପୁର ଜିଲ୍ଲାର ଶିକ୍ଷିତ ବେରୋଜଗାର୍ ଯୁବକ ମାନଙ୍କ ପାଇଁ ନିଯୁକ୍ତି ଶିବିର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜ଼ିଲ୍ଲା ନିୟୋଜନ କାର୍ଯ୍ୟଳୟ ର ମିଳିତ ସହଯୋଗରେ ରିଜ଼ିନାଲ ଟ୍ରେନିଂ ଏକାଡେମି ଏସ ଆଇ ଏସ ଲିମିଟେଡ଼, କଟକ ପକ୍ଷରୁ ଜ଼ିଲ୍ଲାର ଶିକ୍ଷିତ ଯୁବକ ମାନଙ୍କୁ ରୋଜ଼ାଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇଁ ଆସନ୍ତା ୦୧/୦୮ ରୁ ତା ୦୭/୦୮ ତାରିଖ ପର୍ଯ୍ୟନ୍ତ ସମସ୍ତ ୦୬ ଟି ବ୍ଲକ କାର୍ଯ୍ୟାଳୟ ଠାରେ ଚୟନ ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ଉକ୍ତ ଚୟନ ଶିବିର ତା ୦୧/୦୮ ଡୁଙ୍ଗୁରିପାଲି ବ୍ଲକ ଅଫିସ୍, ତା ୦୨/୦୮ ରେ ବିନିକା ବ୍ଲକ ଅଫିସ୍, ତା ୦୩/୦୮ ଉଲୁଣ୍ଡା ବ୍ଲକ ଅଫିସ୍, ତା ୦୪/୦୮ ଵୀରମହାରାଜପୁର ବ୍ଲକ ଅଫିସ, ତା ୦୫/୦୮ ରେ ବ୍ଲକ ଅଫିସ୍ ଓ ତା ୦୭/୦୮ ରେ ସୋନପୁର ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ ହେବ l ବ୍ଲକ ଅନ୍ତର୍ଗତ ୨୧ ରୁ ୩୬ ବର୍ଷ ବୟସର ଦଶମ ପାସ କରିଥିବା ଇଛୁକ ପ୍ରାର୍ଥୀ ନିଜ ନିଜର ବ୍ଲକ କାର୍ଯ୍ୟାଳୟକୁ ଯାଇ ଉକ୍ତ ଦିନ ଟ.୫୦୦/ ପ୍ରଦାନ ସହ ଉପଯୁକ୍ତ ରସିଦ ଗ୍ରହଣ ପୂର୍ବକ ନିଜର ନାମ କୁ ପଞ୍ଜିକରଣ କରି ପାରିବେ l ଇଛୁକ ପ୍ରାର୍ଥୀ ଅଧିକ ସୂଚନା ପାଇଁ ମୋ.ନମ୍ବର ୯୮୨୭୧୨୧୬୭୦, ୬୩୭୧୨୫୫୨୫୦, ୯୦୯୦୬୨୪୨୩୨ ରେ ଆବଶ୍ୟକ ଯୋଗାଯୋଗ କରି ପାରିବେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.