ବୁଢ଼ାବାହାଲ ସମବାୟ ସମିତିରେ ଅନିୟମିତତା ଅଭିଯୋଗ; ଚିଠି କଲେ ତଦନ୍ତ ପାଇଁ ହେଲେ ଆସିଲେନି ଅଧିକାରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ସମବାୟ ସମିତିର ସଭାପତି ମିଥ୍ୟା ପ୍ରମାଣ ପତ୍ର, ଭୁଲ ସତ୍ୟପାଠ ଦାଖଲ ସାଙ୍ଗକୁ ସମବାୟ ସମିତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଅଛି । ଏ ନେଇ ସମବାୟ ସମିତିର ଡାଇରେକ୍ଟର ଦିନେଶ ଗହୀର ଟିଟିଲାଗଡ ଏଆରସିଏସ ଠାରେ ଅଭିଯୋଗ କରିଛନ୍ତି l ଏହାର ତଦନ୍ତ କରାଯିବ ବୋଲି ଏଆରସିଏସ ଅଫିସ ଚିଠି ସଂଖ୍ୟା ୬୬୪/୨୦/୦୭/୨୦୨୩ ଅନୁସାରେ ଗତ ୨୬ ତାରିଖ ଦିନ ସମୟ ଦେଇଥିଲେ l କିନ୍ତୁ ବିଭାଗୀୟ ଅଧିକାରୀ ଆସି ନ ଥିବାରୁ ବୁଢ଼ାବାହାଲ ସମବାୟ ସମିତିର ସମସ୍ତ ନିର୍ଦ୍ଦେଶକମାନେ ଅସନ୍ତୋଷ ହୋଇ ଫେରି ଯାଇଥିଲେ। ପ୍ରକାଶ ଯେ, ବୁଢ଼ାବାହାଲ ସମବାୟ ସମିତିର ସଭାପତି ପଦବୀ ପାଇଁ ଗତ ବର୍ଷ ଧୃବଚରଣ ସାହୁ ଓ ବେଦବ୍ୟାସ ସାହୁ ନାମାଙ୍କନ ଦାଖଲ କରିଥିଲେ l ଏଥିରେ ଧୃବଚରଣ ସାହୁ ଭୁଲ ନାମାଙ୍କନ ପତ୍ର ଦାଖଲ କରିବା ସହ ଭୁଲ ପ୍ରମାଣପତ୍ର ଦାଖଲ କରିଥିଲେ। ଏ ନେଇ ନିର୍ବାଚନ ସମୟରେ ବେଦବ୍ୟାସ ସାହୁ ଏହି ସମ୍ପର୍କରେ ଅଭିଯୋଗ କରିଥିବା ବେଳେ ନିର୍ବାଚନୀ ଦାୟିତ୍ଵରେ ଥିବା ଅଧିକାରୀ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଅନ୍ୟପଟେ ବୁଢ଼ାବାହାଳ ସମବାୟ ସମିତିରେ କାର୍ଯ୍ୟକ୍ରମ କଲେ ନିର୍ଦ୍ଦେଶକମାନଙ୍କୁ ଡକା ଯାଉନାହିଁ, ଚାଷୀମାନଙ୍କୁ ଚାଷୀ ରଣ ଦେବା ନାରେ ଟଙ୍କା ଆଦାୟ, ବିହନ ଓ ସାର ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ସହିତ ସାର ବଣ୍ଟନ ପରେ ସ୍ଲିପ ପ୍ରଦାନ କରା ନ ଯିବା ଭଳି ଗୁରୁତର ଅଭିଯୋଗ ଶ୍ରୀ ଗହୀର ଉଠାଇଛନ୍ତି । ତେବେ ଏ ସମ୍ପର୍କ ରେ ଟିଟିଲାଗଡ ଏଆରସିଏସକୁ ପଚାରିବାରୁ ଦେହ ଅସୁସ୍ଥ ଅଛି ଓ ଅନ୍ୟ ଦିନରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ସମୟରେ ନିର୍ଦ୍ଦେଶକ ବିନେଶ ଗହିର, କବିରାଜ ସାହୁ, ସମ୍ପତି ପଟେଲ, ଲଳିତ ସାହୁ, ଧନୁରଜୟ ସାହୁ, ହନୁ ମାଝୀ, କଲ୍ପନାମୟୀ ସୁନା, ଅଶୋକ ସାହୁ, ଦୟାସାଗର ବାରିକ, ରାଜୁ ଭୋଇ ଓ ଲଳିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.