ଫୋନରେ କଥା ହେବା ବାହାନା କରି ମୋବାଇଲ ଲୁଟ ଅଭିଯୋଗ, ୨ ଗିରଫ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଗୋଏଲଭାଡ଼ି ଛକ ଠାରେ ଜୈନିକ ଯୁବକ କରଡ଼ି ଓ ଛତୁ ବିକ୍ରି କରୁଥିବା ସମୟରେ କେତେକ ଦୁର୍ବୁତ୍ତ ପହଂଚି ମୋବାଇଲରେ କଥା ହେବା ବାହାନା କରି ମୋବାଇଲ ଲୁଟ କରି ଚମ୍ପଟ ମାରିଥିବା ବେଳେ ପୋଲିସ ହାବୁଡ଼ରେ ଧରାପଡ଼ିଛନ୍ତି l ଗିରଫ ଅଭିଯୁକ୍ତମାନେ ହେଲେ ପଙ୍କଜ ସୁନା (୨୩) ଓ କ୍ଷମା ସୁନା (୨୬) ତାଙ୍କ ଘର ମୁରିବାହାଲ ଥାନା ଆନ୍ତଳା ଗ୍ରାମର ବୋଲି ଜଣାପଡିଛି l ପ୍ରକାଶ ଯେ, ଏହି ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ଛକ ଠାରେ ସୁରେନ୍ଦ୍ର ଖଟୁଆଙ୍କ ପୁଅ ରୋଶନ ଖଟୁଆ ଛତି ଓ କରଡ଼ି ବିକ୍ରି କରୁଥିଲେ l ପ୍ରାୟ ସାଢେ ୧୨ ଟା ସମୟରେ ଟିଟିଲାଗଡ଼ ପଟୁ କିଛି ଅଜଣା ଦୁର୍ବୁତ୍ତ ୨ ଗୋଟି ବାଇକରେ ୫ ଜଣ ଆସି ଫୋନ ଟିକେ ଦିଅ କଥା ହେବା ବାହାନା କରି ଲୁଟ କରି ଫେରାର ମାରିଥିଲେ l ଏହି ସମୟରେ ରୋଶନ ବାପା ଫପସି ଅଞ୍ଚଳର ନିଜ ସମ୍ପର୍କୀୟମାନଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ l ଏହାପରେ ଉକ୍ତ ଦୁର୍ବୁତ୍ତମାନଙ୍କୁ ପିଛା କରି ଗଣ୍ଡପତ୍ରାପାଲି ଛକରେ ୩ ଜଣ ଯୁବକଙ୍କୁ ସହ ବାଇକକୁ ଧରିବାରେ ସଫଳ ହୋଇଥିଲେ l ଅନ୍ୟ ୨ ଜଣ ଫେରାର ମାରିଥିଲେ l ପରେ ଦୁର୍ବୁତ୍ତମାନଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ l ଉକ୍ତ ଘଟଣାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଏକ ମାମଲା ରୁଜୁ କରି ମୋବାଇଲକୁ ଉଦ୍ଧାର କରିଥିବା ଏକ ବାଇକ ଜବତ କରି ଘଟଣାର ତଦନ୍ତ କରୁଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.