ନର୍ଲା: ଶିକ୍ଷକ ସଂଘର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ଦାବି ପୂରଣ ନହେଲେ ଅଗଷ୍ଟ ୧୬ରୁ ସାମୁହିକ ଛୁଟିରେ ଯିବେ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ନବନିର୍ମିତ ପ୍ରାଥମିକ ଶିକ୍ଷକ ଭବନଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ (ଏୟୁପିଟିଏଫ) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ସଂଘର ସଭାପତି ମିନକେତନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକର ଆଭିମୁଖ୍ୟ ଜ୍ଞାପନ କରିଥିଲେ ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କୁ ନିୟମିତ କରିବା, ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନିତିକୁ କାର୍ଯ୍ୟକାରୀ କରି ତଦନୁଯାୟୀ ସୁବିଧା ପ୍ରଦାନ କରିବା, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି ରାଜ୍ୟ ସରକାରଙ୍କ ପାଖରେ ଉତ୍ଥାପନ କରିଛି ଏୟୁପିଟିଏଫ। ଏହାକୁ ନେଇ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଦାବି ପୂରଣ ନହେଲେ ଆସନ୍ତା ଅଗଷ୍ଟ ୧୬ରୁ ସମସ୍ତ ଶିକ୍ଷକ ସାମୁହିକ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି ବୈଠକରେ ବରିଷ୍ଠ ଶିକ୍ଷକ ନିର୍ମଳ ବାରିକ, ରବିନ୍ଦ୍ର ସେଠୀ, ମନୋଜ ସାହୁ, ଘାସିରାମ ଖାଡଙ୍ଗା, ସୁରେଶ କୁମାର ଶର୍ମା, ଦେବବ୍ରତ ମିଶ୍ର, ସୁଧିର ରାଉତ, କୁମୁଦ ନାଏକ, ଡମ୍ବରୁଧର ବେହେରା, ଦୀଲିପ କୁମାର ପଧାନ, ଯଶୋବନ୍ତ ନାଗ, ନେପାଲ ଭୋଇ, ପ୍ରଦୀପ ସେଠୀଙ୍କ ସମେତ ଅନେକ ଶିକ୍ଷକ ଉପସ୍ଥିତ ଥିଲେ। ଶିକ୍ଷକ ଶରତ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ହେମନ୍ତ କୁମାର ସାହୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.