ବେଦାନ୍ତ ଆଲୁମିନିୟମ୍‌ର ଶୁଭଲକ୍ଷ୍ମୀ ସମବାୟ ସମିତି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଝାଡ଼ୁ ପ୍ରସ୍ତୁତି ତାଲିମର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁଭଲକ୍ଷ୍ମୀ ଉଦ୍ୟୋଗିନି ଅଧୀନରେ ନିଆଯାଇଥିବା ଅନେକ ଉଦ୍ୟୋଗ ବିକାଶ ସୁଯୋଗର ଏକ ଅଂଶ ଭାବରେ ଝାଡ଼ୁ ନିର୍ମାଣ ଉଦ୍ୟମ ଆରମ୍ଭ କରିବା ପାଇଁ ଭାରତର ପ୍ରସିଦ୍ଧ ଉଦ୍ୟୋଗୀ ବିକାଶ ପ୍ରତିଷ୍ଠାନ (ଇତିଆଇଆଇ) ସହିତ ଅଂଶୀଦାର ହୋଇଛି । ଶୁଭଲକ୍ଷ୍ମୀ ସମବାୟ ସମିତି ଅଧିନସ୍ତ ସୁଭଲକ୍ଷ୍ମୀ ଉଦ୍ୟୋଗିନି କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟୟ ଯାହାକି ବେଦାନ୍ତ ଆଲୁମିନିୟମ୍ ଦ୍ବାରା ସମର୍ଥିତ ଭାରତର ବୃହତମ ଗ୍ରାମୀଣ ମହିଳା ସମବାୟ ସମିତି ଅଟେ ।

Omkar Vasthu
Omkar Vasthu

କିର୍ମରା ବ୍ଲକର ବ୍ଳକ ଚେୟାରମ୍ୟାନ୍ ତଥା ଶୁଭଲକ୍ଷ୍ମୀ ସମବାୟ ସମିତିର ବୋର୍ଡ ସଦସ୍ୟ ଶ୍ରୀମତୀ କ୍ରିଷ୍ଣପ୍ରିୟା ସାହୁଙ୍କ ଉପସ୍ଥିତିରେ ଝାରସୁଗୁଡାର କର୍ମରା ବ୍ଲକର ଛେଲିଆପଡା ଗ୍ରାମରେ ଏହି ଉଦ୍ୟୋଗର ଶୁଭ ଉଦ୍ଘାଟନ କରାଯାଇଥିଲା । ଏହା ସହିତ କୋଲାବିରା ଗ୍ରାମ ପଂଚାୟତର ସରପଂଚ ଶ୍ରୀ ଚେତନିଆ ନାଏକ ଉପସ୍ଥିତିରେ କୋଲାବିରା ଗ୍ରାମ ପଂଚାୟତର ତାରାଇକେଲା ଗ୍ରାମରେ ମଧ୍ୟ ଉଦ୍ଘାଟନ କରାଯାଇଥିଲା । ଝାଡୁ ତିଆରି ଉଦ୍ୟୋଗରେ ନିର୍ମିରା ଏବଂ କୋଲାବିରା ବ୍ଲକର ୧୫ ଟି ଗ୍ରାମର ୧୦୦ ରୁ ଅଧିକ ମହିଳାଙ୍କୁ ପ୍ରାକୃତିକ ଭାବରେ ବଢ଼ୁଥିବା ଘାସ ସଂଗ୍ରହ ତଥା ପରବର୍ତୀ ସମୟରେ ଇକୋଫ୍ରେଣ୍ଡଲି ଝାଡ଼ୁ ଉତ୍ପାଦନରେ ଅଂଶଗ୍ରହଣ କରିବେ । ଏହି ଉଦ୍ୟୋଗ ଆସନ୍ତା ଛଅ ମାସ ମଧ୍ୟରେ ମାସକୁ ପ୍ରାୟ ୧୨,୦୦୦ ଝାଡ଼ୁ ଉତ୍ପାଦନ କରିବାକୁ ଯୋଜନା କରିଛି, ଯାହା ପରେ ଉତ୍ପାଦନକୁ ଆହୁରି ବ୍ୟ ପକ କରାଯିବ । ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟଙ୍କ ଦ୍ଵାରା ପରିଚାଳିତ ଏକ ଝାଡ଼ୁ ସଂଗ୍ରହ କେନ୍ଦ୍ରରେ ଝାଡ଼ୁଗୁଡିକ ଜମା କରାଯିବା ସହିତ ବିକ୍ରୟ ପାଇଁ ହୋଲସେଲରମାନଙ୍କୁ ବଂଟନ କରାଯିବ ।

Pearl dental clinic
Near Ashish Medical Store, Bhawanipatna

ଏକ ଦକ୍ଷ ଝାଡ଼ୁ ଉତ୍ପାଦନ ଏବଂ ମାର୍କେଟିଂ ଏଂଟରପ୍ରାଇଜ୍‌ ପ୍ରତିଷ୍ଠା କରି, ଏହି କାର୍ଯ୍ୟକ୍ରମର ଉତ୍ପାଦକତା ବୃଦ୍ଧି ତଥା ବଂଟନ ଚ୍ୟାନେଲଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ଇକୋ-ଫ୍ରେଣ୍ଡଲି ଝାଡୁ ପାଇଁ ଏକ ସ୍ଥାୟୀ ବଜାର ସୃଷ୍ଟି କରିବାକୁ ଚେଷ୍ଟା ଜାରି ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ମଧ୍ୟ ସମାଜକୁ ସ୍ଥାୟୀ ଜୀବିକା ସୁଯୋଗ ସହିତ ସଶକ୍ତ କରିବାକୁ ଲକ୍ଷ୍ୟ ରଖୁ | ମହିଳାମାନଙ୍କ ମଧ୍ୟରେ ଏକ ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ତଥା ଏହି ଅଂଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରାଯାଉଛି ।

Udyog Nursery
Udyogi Nursery

ସମବାୟ ସମିତିର ଔଦ୍ୟୋଗିକ ଚିନ୍ତାଧାରାକୁ ଉତ୍ସାହିତ କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ୍ – ଆଲୁମିନିୟମ୍‌ ବ୍ୟବସାୟ କହିଛନ୍ତି ଯେ “ଶୁଭଲକ୍ଷ୍ମୀ ସମବାୟ ସମିତି କର୍ପୋରେଟ୍ ଏବଂ ସମ୍ପ୍ରଦାୟର ସହଯୋଗରେ ସକରାତ୍ମକ ଫଳାଫଳ ପାଇଁ ଏକ ଉଲ୍ଲେଖନୀୟ ପ୍ରମାଣ ଭାବରେ ଛିଡା ହୋଇଛି, ସାମାଜିକ ଏବଂ ଅର୍ଥନୈତିକ ସଶକ୍ତିକରଣ ପାଇଁ ଗ୍ରାମୀଣ ମହିଳାମାନଙ୍କ ପାଇଁ କାର୍ଯ୍ୟକରୁଛି । ଆମେ ବେଦାନ୍ତ ଆଲୁମିନିୟମରେ ସେମାନଙ୍କର ଉଲ୍ଲେଖନୀୟ ସଫଳତାକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ । ଶୁଭଲକ୍ଷ୍ମୀ ଉଦ୍ୟୋଗିନି ପ୍ରୋଜେକ୍ଟ ଅଧୀନରେ ଝାଡ଼ୁ ତିଆରି ପଦକ୍ଷେପ । ଆରମ୍ଭ ହେବା ସହିତ, ଆମେ ଏହି ଅଂଚଳର ମହିଳା ଉଦ୍ୟୋଗୀଙ୍କୁ ଆହୁରି ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛୁ ।

ଏହି ପଦକ୍ଷେପ ନେଇଥିବାରୁ କମ୍ପାନୀକୁ ପ୍ରଶଂସା କରି ଝାରସୁଗୁଡାର କିମିରା ବ୍ଲକ୍ ଚେୟାରମ୍ୟାନ୍ ଶ୍ରୀମତୀ କ୍ରିଷ୍ଣପ୍ରିୟା ସାହୁ କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମ୍‌ ଦ୍ବାରା ଝାଡୁ ତିଆରି ଉଦ୍ୟୋଗ ଭଳି ଉଦ୍ୟମ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ତଥା ଔଦ୍ୟୋଗୀତ ଭାବର ବୃଦ୍ଧି ହେବାର ମାଧ୍ୟମ ପ୍ରଦାନ କରିଛି । ଏହି ଅଂଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିର ଅନୁକ୍ରମଣିକା ଅଟେ । ମୁଁ ହୃଦୟର ସହିତ ସମବାୟ ସମିତିର ସମସ୍ତ ସଦସ୍ୟଙ୍କୁ ଏହି ପଦକ୍ଷେପ ସହିତ ସକ୍ରିୟ ଭାବରେ ଜଡିତ ହେବାକୁ ଉତ୍ସାହିତ କରୁଛି ଏବଂ ଉପସ୍ଥାପନ କରୁଥିବା ଆର୍ଥିକ ଲାଭକୁ କେବଳ ସେମାନଙ୍କ ପରିବାରକୁ ନୁହେଁ ବରଂ ସମଗ୍ର ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ ।

ଶୁଭଲକ୍ଷ୍ମୀ ସମବାୟ ସମିତିର ଏପର୍ଯ୍ୟନ୍ତ ମୁଖ୍ୟ ଆକର୍ଷଣ ଗୁଡିକ ହେଲା:

• ପଶ୍ଚିମ ଓଡିଶାର ତଥା ଭାରତର ସର୍ବବୃହତ ଗ୍ରାମୀଣ ମହିଳା ସମବାୟ ସମିତି ମଧ୍ୟରୁ ଅନ୍ୟତମ, ଯାହାକି ସ୍ୱୟଂ ଶାସିତ ସମ୍ପ୍ରଦାୟର ୩୭୨ଟି ସୟଂ ସହାୟକ ଗୋଷ୍ଠୀ ତଥା ୪୩୫୦ ରୁ ଅଧିକ ସଦସ୍ୟଙ୍କୁ ସମର୍ଥନ କରୁଛି ।

. ଗତ ୨ ବର୍ଷ ମଧ୍ୟରେ କୃଷି ଏବଂ ଅଣ-କୃଷି ବ୍ୟବସାୟରେ ୧,୮୦୦ ରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ସଶତ କରିବା, ମାଇକ୍ରୋ ଫାଇନାନ୍ସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା, ବଜାର ଲିକେଜ୍‌ ସହିତ ସହାୟତା ଯୋଗାଇଛି ।

• ଆରମ୍ଭରୁ ପ୍ରାୟ ୪ କୋଟି ଟଙ୍କାର ଏକ ଫଣ୍ଡ ବେସ୍ ସୃଷ୍ଟି କରିବା ସହିତ ୩୮.୧୩ କୋଟି ଟଙ୍କା ବ୍ୟବସାୟ କରିଛି ଏହାଛଡା ଲୋନ ପାଇଁ ପ୍ରାୟ ୧୯,୨୦୦ ସମବାୟ ସଦସ୍ୟଙ୍କୁ ମଧ୍ୟ ସମର୍ଥନ କରିଛି ।

• ସମ୍ପ୍ରଦାୟର ସଦସ୍ୟ ଏବଂ ସେମାନଙ୍କର ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ପାଇଁ ଭାରତ ସରକାରଙ୍କ ଦ୍ବାରା

ବିକଶିତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରୁଛି । • ଫାଷ୍ଟଫୁଡ୍ ସଂଟର, କୁକୁଡ଼ା ଏବଂ ପନିପରିବା ଫାର୍ମ, ଗ୍ରୋସରୀ ଷ୍ଟୋର, ବିୟୁଟି ପାର୍ଲର, ଟେଲରିଂ ସଂଟର ଏବଂ ଅନ୍ୟାନ୍ୟ ମାଇକ୍ରୋ ଉଦ୍ୟୋଗଗୁଡିକୁ ମଧ୍ୟ ପରିଚାଳନା କରୁଛି ।

• ଶୁଭଲକ୍ଷ୍ମୀ ମହିଲା କଲ୍ୟାଣ ପାଣ୍ଠି’ – ଏକ ଅନନ୍ୟ ସାମାଜିକ କଲ୍ୟାଣ ପାଣ୍ଠି ଯାହାଦ୍ଵାରା ୧୪୦୦ ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି ଯଥା ଆଶାୟି ମାତୃତ୍ବ, ସମ୍ମାନଜନକ ଛାତ୍ରମାନଙ୍କ ପାଇଁ ଛାତ୍ରବୃତି, ପତି

ପତ୍ନୀଙ୍କ ଦେହାନ୍ତରେ ସହାୟତା ଇତ୍ୟାଦିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

୧୫ ଜଣ ନିର୍ବାଚିତ ବୋର୍ଡ ମେମ୍ବରଙ୍କ ଦ୍ବାରା ପରିଚାଳିତ, ସମବାୟ ବ୍ୟାପାର ଏବଂ ପରିଚାଳନା କର୍ମଶାଳା ମାଧ୍ୟମରେ ମହିଳା ନେତାଙ୍କ ଏକ କ୍ୟାତର ବିକାଶ କରାଯାଇଛି ।

ସ୍ମୟୀ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ, ଜଳ ଏବଂ ପରିମଳ, ଜୈବ ବିନିଯୋଗ ଏବଂ ଗୋଷ୍ଠିର ଭିତିଭୂମି ବିକାଶ କ୍ଷେତ୍ରରେ ବେଦାନ୍ତ ଝାରସୁଗୁଡାର ସାମାଜିକ ହସ୍ତକ୍ଷେପ ଦ୍ବାରା ନିକଟବର୍ତୀ ଅଂଚଳର ୮୦ଟି ଗ୍ରାମରେ ପହଂଚି ଏକ ବର୍ଷ ମଧ୍ୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିଛି । ଏହା ୩୭୦ରୁ ଅଧିକ ଏସଏଚଜିରେ ୪୩୫୦ ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି, ଏହାଛତା ବାର୍ଷିକ ପ୍ରାୟ ୪୩,୦୦୦ ଲୋକଙ୍କୁ ଦ୍ବାର ଦେଶରେ ସାସ୍ଥ୍ୟ ସେବା ଯୋଗାଇବା ସହିତ ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ମଧ୍ୟ ପ୍ରଦାନ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ପ୍ୟୁଟର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.