ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଗାମୀ ୪ ତାରିଖ ରେ ଜ଼ିଲ୍ଲା ପୋଲିସ ପକ୍ଷରୁ ହେବାକୁ ଥିବା ମେଗା ରକ୍ତ ଦାନ ଶିବିର ପ୍ରବଳ ବର୍ଷା ଯୋଗୁଁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ହେବା ନେଇ ସୋନପୁର କଲେଜରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କଲେଜ ଅଧ୍ଯକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ, ଅଧ୍ୟାପକ ଉମାକାନ୍ତ ନାଗ, ଅଧ୍ୟାପିକା କଳ୍ପନା ମିଶ୍ର, ଜ଼ିଲ୍ଲା ପୋଲିସର ମନୋଜ ପଣ୍ଡା, ରକ୍ତ ଦାତା ସଂଘ ର ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆଗାମୀ ୯ ତାରିଖ କ୍ରାନ୍ତି ଦିବସରେ ହେବାକୁ ଥିବା ରକ୍ତଦାନ ଶିବିରରେ ଅଧିକ ଅଧିକ ଛାତ୍ର ଛାତ୍ରୀ ସାମିଲ କରା ଯାଇପାରିବ ଓ ଶୃଙ୍ଖଳା ରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା l ଏବଂ ରକ୍ତ ଦାନ ପାଇଁ କଲେଜ ହଲ ଓ ନିକଟ କ୍ଲାସ ରୁମ ରେ ୫୯ ଗୋଟି ବେଡ଼ର କିଭଳି ପ୍ରସ୍ତୁତି ହେବ, ସ୍ୱଚ୍ଛତା ରଖାଯିବ ଓ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ରକ୍ତ ଦାତାଙ୍କ ପାଇଁ ଟୋକନ ପ୍ରଦାନ କରି ଉପହାର ଓ ଭୋଜନର ସୁ -ବ୍ୟବସ୍ଥା କରାଯିବ ଏହା ଉପରେ ଆଲୋଚନା କରାଯାଇ ସ୍ପଟ ଭିଜିଟ କରାଯାଇଥିଲା l ପରେ ପରେ ଛାତ୍ର ନେତା ଅଭିଷେକ ଶର୍ମା ଗ୍ରୁପ ପହଞ୍ଚି କିଭଳି ଅଧିକ ରକ୍ତ ଦାତାଙ୍କୁ ମୋଟିଭେସନ କରାଯିବ ଏ ନେଇ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ l