ସୁବର୍ଣ୍ଣପୁରରେ ଯୋଗଦେଲେ ନୂତନ ଏସଡିପିଓ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରରେ ଯୋଗ ଦେଲେ ନୂତନ ଏସଡିପିଓ ରାଜ କିଶୋର ମିଶ୍ର। ଗୁରୁବାର ସାନ୍ଧ୍ୟା ୬ ଟା ରେ ପ୍ରାକ୍ତନ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀଙ୍କ ଠାରୁ ଶ୍ରୀ ମିଶ୍ର ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଶ୍ରୀମତୀ ନିଙ୍ଗୀଙ୍କ ଭଳି ସହର ତଥା ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ ଦକ୍ଷତାର ସହିତ କାର୍ଯ୍ୟ ଭାର ତୁଲାଇ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ ରଖିବେ ବୋଲି ସହରର ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମିଶ୍ର ପୂର୍ବରୁ କୁଚିଣ୍ଡା ଏସଡିପିଓ ଭାବେ ସୁଚାରୁ ରୂପେ ଦାୟିତ୍ୱ ନିଭାଇ ଥିବାବେଳେ ସେ ସୁବର୍ଣ୍ଣପୁର ଜ଼ିଲ୍ଲାର ତରଭା, ବିନିକା ଆଦି ସ୍ଥାନ ରେ ୨୦୦୨ ରୁ ୨୦୦୮ ଯାଏ ଥାନା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ। ଶ୍ରୀ ମିଶ୍ର ଦାୟିତ୍ୱ ନେବା ପୂର୍ବରୁ ଏସପି ଅମରେଶ ପଣ୍ଡାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ପରାମର୍ଶ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.