ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ଉତ୍କଳ ବଳାଶ୍ରମ ରେ ରହୁଥିବା ବାପା, ମା ଛେଉଣ୍ଡ ଚନ୍ଦ୍ରକାନ୍ତି ହାତୀ ଟାଟା ପାୱାର ଦକ୍ଷିଣାଞ୍ଚଳ, ଓଡିଶା ବିତରଣ ଲିମିଟେଡ ରେ ଡିପ୍ଲୋମା ଇଞ୍ଜିନିୟର ଭାବରେ ନିଯୁକ୍ତି ପାଇଛନ୍ତି | ସେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଟାଟା ପାୱାର କାର୍ଯ୍ୟାଳୟ ରେ ଗତକାଲି ଯୋଗ ଦେଇ ଥିବା ବେଳେ କମ୍ପାନୀର ଗେଷ୍ଟ ହାଉସ ରେ ତାଙ୍କର ରହିବାର ବ୍ୟବସ୍ଥା କରାଯିବା ସହ କମ୍ପାନୀ ଗାଡିରେ କାର୍ଯ୍ୟାଳୟ କୁ ଯିବା ଆସିବା ନିମନ୍ତେ ବ୍ୟବସ୍ଥା ରହିଥିବା ଜଣାପଡ଼ିଛି ଓ ପ୍ରଥମ ଛଅ ମାସ ପ୍ରବେଶନ ପେରିୟଡ ରହିଛି ଏହି ସମୟରେ ୨୩,୭୮୮ ଟଙ୍କା ଦରମାର ବ୍ୟବସ୍ଥା ରହିଛି | ଚନ୍ଦ୍ରକାନ୍ତି ଙ୍କୁ ୨୦୨୦ ମସିହାରେ ଉତ୍କଳ ବଳାଶ୍ରମ ରେ ଥଇଥାନ କରଯାଇଥିଲl ବେଳେ ତରଭା ବ୍ଲକ ବଘିଆ ମୁଣ୍ଡା ର ଚନ୍ଦ୍ରକାନ୍ତି ସରକାରୀ ପୋଲିଟେକନିକ ସୋନପୁର ଠାରୁ ଇଲେକଟ୍ରିକାଲ ଟ୍ରେଡ ରେ ଡିପ୍ଲୋମା ହାସଲ କରିଛନ୍ତି ତା ପୂର୍ବ ରୁ ବରଗଡ଼ରେ ଆଇଟିଆଇ ଶିକ୍ଷା ସମାପ୍ତ କରିଛନ୍ତି| ତାଙ୍କର ଏହି ସଫଳତା ପାଇଁ ସେ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି | ନିଜ ଉପାର୍ଜିତ ଅର୍ଥରେ ନିଜ ସାନ ଭଉଣୀ ଙ୍କୁ ପାଠ ପଢାଇବେ ବୋଲି ଆଶା ରଖିଛନ୍ତି | ସାନ ଭଉଣୀ ମଧ୍ୟ ଉତ୍କଳ ବଳାଶ୍ରମ ରେ ବର୍ତ୍ତମାନ ରହୁଥିବା ଜଣାପଡ଼ିଛି |