୩ ଦଫାର ନ୍ୟାର୍ଯ୍ୟ ଦାବୀ ନେଇ ନର୍ଲା ରାଜରାସ୍ତାରେ ଗର୍ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ

ଦାବୀ ପୁରଣ ନହେଲେ ୧୬ ରୁ ସାମୁହିକ ଛୁଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ (ଏୟୁପିଟିଏଫ) ତିନି ଦଫା ସମ୍ବଳିତ ଦାବୀ ନେଇ ରାଜ ରାସ୍ତାକୁ ଓହ୍ଲାଇଛି । ନର୍ଲା ସଂଘର ସଭାପତି ମିନକେତନ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଚାରିଛକରୁ ସଂଘର ସଦସ୍ୟ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି  ସରକାରଙ୍କ ପାତର ଅନ୍ତର ନୀତିକୁ ନେଇ ସମାଲୋଚନା କରିବା ସହ ନାରାବାଜୀ କରି ଏକ ଭବ୍ୟ ଶୋଭାଯାତ୍ରାରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଯାନୀ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀଙ୍କୁ ସେମାନଙ୍କ ତିନି ଦଫାର ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ । ସରକାର ଯଦି ଆସନ୍ତା ଅଗଷ୍ଟ ୧୫ ମଧ୍ୟରେ ସେମାନଙ୍କ ଦାବୀ ଗୁଡିକ ପୁରଣ ନକରନ୍ତି ତାହେଲେ ୧୬ ରୁ ସ୍କୁଲ ଗୁଡିକରେ ତାଲାମାରି ସାମୁହିକ ଛୁଟିରେ ଯିବେ ସରକାର ସେମାନଙ୍କ ଦାବୀ ମାନି ନିଅନ୍ତୁ ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଦାବୀ ଗୁଡିକ ମଧ୍ୟରେ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କୁ ନିୟମିତ କରିବା, ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନିତିକୁ କାର୍ଯ୍ୟକାରୀ କରି ତଦନୁଯାୟୀ ସୁବିଧା ପ୍ରଦାନ କରିବା, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି ରାଜ୍ୟ ସରକାରଙ୍କ ପାଖରେ ଉତ୍ଥାପନ କରିଛି ଏୟୁପିଟିଏଫ । ଆଜିର ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବ୍ଲକ ସଭାପତି ମିନକେତନ ସାହୁ, ସାଧାରଣ ସମ୍ପାଦକ ଅମୀତ ଶର୍ମା (ବଣ୍ଟି)ଙ୍କ ସମେତ ବରିଷ୍ଠ ଶିକ୍ଷକ ନିର୍ମଳ ବାରିକ, ରବିନ୍ଦ୍ର ସେଠୀ, ମନୋଜ ସାହୁ, ଘାସିରାମ ଖାଡଙ୍ଗା, ସୁରେଶ କୁମାର ଶର୍ମା, ଦେବବ୍ରତ ମିଶ୍ର, କ୍ଷମାନିଧି ସାହୁ, ସୁଧିର ରାଉତ, ଶରତ ଭୋଇ, ଯୋଗବ୍ୟାସ ଭୋଇ, ଯଶୋବନ୍ତ ନାଗ, ରାଜକିଶୋର ପାଢ଼ୀ, ଜଗଦୀଶ ପ୍ରସାଦ ସାହୁ, ପ୍ରତିଭା ସାହୁ, କାଜଲ ପ୍ରିୟଦର୍ଶିନୀ, ବିଜୟା ଭାରତୀ ମହାରଣା, ପଙ୍କଜ ସାହୁ, କୁମୁଦ ନାଏକ, ଡମ୍ବରୁଧର ବେହେରା, ମନୋଜ ସାହୁ, ଦୀଲିପ କୁମାର ପଧାନ, ଯଶୋବନ୍ତ ନାଗ, ନେପାଲ ଭୋଇ, ପ୍ରଦୀପ ସେଠୀଙ୍କ ସମେତ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

(👇🏿 କ୍ଲିକ୍ କରି ଦେଖନ୍ତୁ ଭିଡିଓ)

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.