୧୨ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ପାଇଁ ଦଣ୍ଡିତ ବିଜେପି ସାଂସଦ, ହରାଇବେ ପଦ!

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଉତ୍ତରପ୍ରଦେଶରର ବିଜେପି ସାଂସଦ ରାମ ଶଙ୍କର କୋଠରିଆ ଆଗ୍ରା କୋର୍ଟରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାଂସଦ-ବିଧାୟକ କୋର୍ଟରେ ସେ ଧାରା ୧୪୭ ଏବଂ ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଜେପି ସାଂସଦ ଗଣ୍ଡଗୋଳ କରି ସାକେଟ ମଲରେ ଥିବା ଟୋରେଣ୍ଟ କମ୍ପାନୀର କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ରହିଛି। ଏହି ଘଟଣା ୧୬ ନଭେମ୍ବର ୨୦୧୧ ରେ ହୋଇଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି। ଏହା ସହିତ ୫୦ ହଜାର ଜରିମାନା ଆଦାୟ କରାଯାଇଛି। ଏଭଳି ପରିସ୍ଥିତିରେ ରାମ ଶଙ୍କର ସଂସଦର ସଦସ୍ୟତା ରଦ୍ଦ ହୋଇପାରେ।

Omkar Vasthu
Omkar Vasthu

ଟୋରେଣ୍ଟ ପାୱାର ଲିମିଟେଡ ଆଗ୍ରାର ସାକେଟ ମଲ ଅଫିସରେ ମ୍ୟାନେଜର ଭବଶ ରସିକ ଲାଲ ଶାହା ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ। ଏହି ସମୟରେ, ସ୍ଥାନୀୟ ସାଂସଦ ରାମ ଶଙ୍କରଙ୍କ ୧୦ ରୁ ୧୫ ସମର୍ଥକ ଭବଶ ରସିକ ଲାଲ ଶାହାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କ ସହ ବାକ୍ ଯୁଦ୍ଧ କରିଥିଲେ, ଯେଉଁଥିପାଇଁ ଅନେକ ଆହତ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହାପରେ ଟୋରେଣ୍ଟ ପାୱାରର ସୁରକ୍ଷାକର୍ମୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ତଦନ୍ତ କରି ଚାର୍ଜଶିଟ୍ ଦାଖଲ କରିଥିଲା କୋର୍ଟରେ। ପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ହେବା ପରେ ଶନିବାର ସାଂସଦ ଦୋଷୀ ସାବ୍ୟସ୍ତ ହେବା ସହ ଦୁଇ ବର୍ଷ ପାଇଁ ଦଣ୍ଡିତ ହୋଇଛନ୍ତି।

Udyog Nursery
Udyogi Nursery

ସାଂସଦ ତାଙ୍କ ପ୍ରତିକ୍ରିୟା ଦେବାବେଳେ କହିଛନ୍ତି ଯେ ସମ୍ମାନଜନକ କୋର୍ଟର ନିଷ୍ପତ୍ତିକୁ ସେ ସମ୍ମାନ ଜଣାଉଛନ୍ତି। ତେବେ ସେ ଏହି ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.