ଅମୃତ ଭାରତ ଯୋଜନା; ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀରେ ଯୋଡି ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନାରେ ଉକ୍ତ ରେଳ ଷ୍ଟେସନର ଉନ୍ନତି କରଣ ପାଇଁ ୧୭ କୋଟି ୩୩ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତିକରଣ ହେବ।

Omkar Vasthu
Omkar Vasthu

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରେଳଷ୍ଟେସନଗୁଡିକରେ ସମ୍ପୃକ୍ତ ସହର ଓ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ଚଳଣି ପ୍ରତିଫଳିତ ହେବ। ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ପ୍ରଭାବିତ କରିବ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଆମ ସଂସ୍କୃତିର ଝଲକ ପାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଉନ୍ନତିକରଣ କାର୍ଯ୍ୟ କାରଣରୁ ଆର୍ଥିକ ଗତିବିଧିରେ ବୃଦ୍ଧି ଘଟିବ। ଏହାଦ୍ୱାରା ସେହି ଜିଲ୍ଲାର କାରିଗର ଓ କୁଶଳୀ ଶ୍ରମିକମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରିବଟା ପାଇଁ ଅଗ୍ରାଧିକାର ମିଳିବ ଓ ସେହି ଉତ୍ପାଦର ବ୍ରାଣ୍ଡିଙ୍ଗ ମଧ୍ୟ ହୋଇପାରିବ।

Pearl dental clinic
Near Ashish Medical Store, Bhawanipatna

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ମୋଟ ୧୩୦୯ଟି ଷ୍ଟେସନର ବିକାଶ କରାଯିବ ଯେଉଁଥିରେ ବର୍ତ୍ତମାନ ପୁନଃ ବିକାଶ କରାଯିବାକୁ ଥିବା ଷ୍ଟେସନ ସଂଖ୍ୟା ହେଉଛି ୫୦୮। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ପୁନର୍ବିକାଶ ହେବ । ରାଜ୍ୟର ମଞ୍ଚେଶ୍ୱର, ଖୋର୍ଦ୍ଧା ରୋଡ଼ ଆଦି ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଏହିସବୁ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏହି ଷ୍ଟେସନଗୁଡିକ ପାଇଁ ୫୩୧.୮ କୋଟି ବ୍ୟୟବରାଦ ହୋଇଛି ଏବଂ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ପୁନର୍ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପର ମାଷ୍ଟରପ୍ଲାନିଂ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.