ଓଏଏସ ପରିକ୍ଷାରେ ଉତୀର୍ଣ୍ଣ ହୋଇଥିବା ଜଗବନ୍ଧୁ ମେହେରଙ୍କୁ ଖରଜୁରା ପଞ୍ଚାୟତ ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସଦର ବ୍ଲକର ଖରଜୁରା ଗ୍ରାମ ପଞ୍ଚାୟତ ବାଘପାଲି ଗ୍ରାମର ବାପା ପିତବାସ ମେହେର ଏବଂ ମା ଯଜ୍ଞ ମେହେରଙ୍କ ପୁଅ ଜଗବନ୍ଧୁ ମେହେର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୬ ନମ୍ବର ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇ ଖରଜୁରା ଗ୍ରାମ ପଞ୍ଚାୟତ ର ଗୌରବ ବଢ଼ାଇ ଛନ୍ତି। ଜଗବନ୍ଧୁ ଓଏଏସ ପାଇବା ପରେ ନିଜ ଜନ୍ମ ମାଟିକୁ ପ୍ରଥମ କରି ଆସିଥିବାରୁ ତାଙ୍କୁ ତାଙ୍କର ନିଜ ଖରଜୁରା ଗ୍ରାମ ପଞ୍ଚାୟତ ତରଫରୁ ଭବ୍ୟ ସମର୍ଦ୍ଧନା ଦିଆଯାଇଛି। ଆଜିର ସମର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ରେ ଖରଜୁରା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶଙ୍କର ଦାଶ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଖରଝୁରା ସରପଞ୍ଚ ସୁବାଷ ତାଣ୍ଡି ଓ ସମିତି ସଭ୍ଯ ପ୍ରତିନିଧି ନନ୍ଦ କିଶୋର ସୁନା,ଜୟ ଜଗନ୍ନାଥ ହାଇସ୍କୁଲ ର ସଭାପତି ଶେଷଦେବ ମେହେର ,ଶିକ୍ଷକ ସୁରେନ୍ଦ୍ର ତାଣ୍ଡି,ମହୁଲେ ପ୍ଯାକ୍ସ ସମ୍ପାଦକ ରବି ମିଶ୍ର ,ନାଏବ ସରପଞ୍ଚ, ଯୋଗଦେଇ ତାଙ୍କର ବକ୍ତବ୍ୟ ରେ ଆମ ଅଂଚଳର ଗୌରବ ବଢାଇ ଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଶ୍ରିବାଦ ଦେଇଥିଲେ ସମସ୍ତେ । ଏବଂ ଆଗାମୀ ଦିନରେ ଖରଜୁରା ଗ୍ରାମ ପଞ୍ଚାୟତ ତଥା ଆମ ଅଂଚଳରର ଛାତ୍ର ଛାତ୍ରୀମାନଙ୍କ ପାଇଁ ଜଗବନ୍ଧୁ ମେହେର ନିଶ୍ଚିତ ଭାବରେ ପ୍ରେରଣା ଏବଂ ଆଦର୍ଶ ହେବେ ବୋଲି ଅଂଚଳର ବୁଦ୍ଧିଯିବୀ ମାନେ ଯୋଗଦେଇ ମତ ପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଓଏଏସ ପାଇଁ ଥିବା ଜଗବନ୍ଧୁ ମେହେର ଏବଂ ତାଙ୍କ ମା ବାପାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ସମସ୍ତ ୱାର୍ଡ ମେମ୍ବର ଏବଂ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.