ନେତାଜୀ କ୍ଲବର ସକ୍ରିୟ ସଦସ୍ୟ ସ୍ବର୍ଗତ ରିଙ୍କୁ ପଧାନଙ୍କ ୨୨ତମ ଜନ୍ମ ଦିବସ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁରର ନେତାଜୀ କ୍ଲବର ସକ୍ରିୟ ସଦସ୍ୟ ସ୍ବର୍ଗତ ରିଙ୍କୁ ପଧାନଙ୍କ ୨୨ତମ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଲହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଯୋଗଦାନ କରି ଶିବିରଟିକୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ବିଜେଡି ରାଜ୍ୟ ସଭାପତି ଚିତ୍ତରଞ୍ଜନ ମଣ୍ଡଳ, ଭାବନୀପାଟଣା ନଗରପାଳ, ସଭାପତି ପ୍ରଦୀପ ଦାସ, ରକ୍ତଭଣ୍ଡାର ମୁଖ୍ୟ ଡ଼. ଜୟନ୍ତୀବାଳା ନାୟକ ପ୍ରମୁଖ ମଞ୍ଚସୀନ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଭବାନୀପାଟଣା ରକ୍ତ ଭଣ୍ଡାର ଟେକିନିସିଆନ ଚତୁର୍ଭୁଜ ଦୁବେ, ସମ୍ଭୂ ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଡୁଲାମଣି ନାୟକ, ଗିରିଷ ନାୟକ ଓ ସ୍ବେଛାସେବୀ ମିଳନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନେତାଜୀ କ୍ଲବର ସଦସ୍ୟ ବିଜନ କୁମାର ପଧାନ, ରାଜୀବ କୁମାର ପଧାନ ,ସୁଶାନ୍ତ ବିଶ୍ଵାଳ, ଏବଂ ନେତାଜୀ କ୍ଲବ ଓ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସାରିଆଁର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ୨୪ ଜଣ ରକ୍ତଦାତା ରକ୍ତଦାନ କରିଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.