ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ମିଳିତ ଆନୁକୂଲ୍ୟରେ ବର୍ଷା ଜଳ ସଂରକ୍ଷଣକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଲେଖାପାଳ ଦ୍ଵିତୀୟା ବନଛୋର ଓ ଜିଲ୍ଲା ଯୁବ ଅଧୁକାରୀ ପ୍ରସନ୍ନ କୁମାର ମେହେରଙ୍କ ନେତୃତ୍ବରେ ନର୍ଲା ବ୍ଲକରେ ଆଭାସୀ ମାଧ୍ୟମରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ନର୍ଲାରୋଡ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଓ ସମ୍ମାନିତ ବକ୍ତା ଭାବେ ଜୁନାଗଡ଼ ଲଙ୍କେଶ୍ଵରୀ ବାଳିକା ଉଚ୍ଚ ବିଦ୍ୟାଳର ଶିକ୍ଷକ ବିଶିକେଶନ ଦୁର୍ଗା ଯୋଗଦେଇ ବର୍ଷା ଦିନରେ ପଡୁଥ‌ିବା ବର୍ଷା ଜଳକୁ କିପରି ସଂରକ୍ଷଣ କରିବା ଏବଂ ଗ୍ରୀଷ୍ମଋତୁରେ ତାର ସୁବିନିଯୋଗ କରିବା । ତତ୍ ସହିତ ଜଳ କେଉଁଠି ପଡୁଛି ଏବଂ କେତେବେଳେ ପଢୁଛି ତାକୁ କିଭଳି ଓ କେଉଁ ସବୁ ପ୍ରଣାଳୀରେ ସଂରକ୍ଷଣ କରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗଦାନ କରିଥିଲେ । ଏଥିରେ ଜଳ ସଂରକ୍ଷଣକୁ ନେଇ ପିପିଟି ମାଧ୍ୟମରେ ସଚେତନତା କରାଯାଇଥିଲା । ମା ଗଜଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନ, ଗୋହିରାପଦରର ସଭାପତି ଓ ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ । ଶେଷରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ନବୀନ ସାହୁ ଓ ସୁଶିଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.