ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅକ୍ସଫାମ୍ ଇଣ୍ଡିଆର ସଚେତନତା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ସୀମାନ୍ତବର୍ତ୍ତି ଗ୍ରାମ ପଞ୍ଚାୟତ ମୋହନଗିରି ସ୍ଥିତ ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଲିଙ୍ଗଗତ ବିଭେଦ ସଚେତନ ଶିବିର ଅକ୍ସଫାମ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହେଇ ଯାଇଛି। କାର୍ଯ୍ୟକ୍ରମ ସଂଯୋଜକ ଆଶିଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ଅଧ୍ୟକ୍ଷା, କୌଶିକ ବାବା ମହାବିଦ୍ୟାଳୟ , ତେରେସିଂହା ଲିପ୍ସାମୟୀ ଦୁବେ, ଧବଳେଶ୍ଵର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପୟର ପଟ୍ଟନାୟକ, ତାଲିମ ଦାତା କରିଶ୍ମା ଦେବୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉପସ୍ଥିତ ଛାତ୍ରୀମାନଙ୍କୁ କିଶୋର ସମୟରେ ସ୍ବାସ୍ଥ୍ୟର ଯତ୍ନ, ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଇତ୍ୟାଦି ବିଷୟରେ ଆଲୋଚନା କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ସମେତ ଅକ୍ସ ଫାମ ଇଣ୍ଡିଆ ର ଶୁଭ୍ରାଂଶୁ ଶେଖର ମାଝୀ, ଶରତ କୁମାର ସାହୁ, ଗଣେଶ ନାୟକ, ସମୀର ପୁଝାରୀ, ସସ୍ମିତା ପୁଝାରୀ, ଜ୍ୟୋତିର୍ମୟୀ ଦହଲ , ଦେବ ଗୌଡ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.