ଆଜି ନାଗାସାକି ଦିବସ

ଆଜି ହେଉଛି ନାକାସାକି ଦିବସ । ଆଜିର ଦିନରେ ଅର୍ଥାତ୍ ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ଦ୍ବିତୀୟ ବିଶ୍ବଯୁଦ୍ଧ ଅବସରରେ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ଲିଟିଲ୍‌ ବୟ’ ନିକ୍ଷେପ କରିଥିଲା। ଏହା ସତ୍ତ୍ୱେ ଜାପାନ ମିତ୍ରଶକ୍ତି ପାଖରେ ଆତ୍ମସମର୍ପଣ ନ କରିବାରୁ ୩ ଦିନ ପରେ ଜାପାନର ଅଗ୍ରଣୀ ଶିଳ୍ପ ସହର ନାଗାସାକି ଉପରେ ଆମେରିକା ଦ୍ୱିତୀୟ ପରମାଣୁ ବୋମା ‘ଫ୍ୟାଟ୍‌ ମ୍ୟାନ୍‌’ ପକାଇଥିଲା। ସେହି ବୋମା ବିସ୍ଫୋରଣର ତେଜସ୍କ୍ରିୟ ବିକିରଣ ଯୋଗୁଁ ୭୪,୦୦୦ରୁ ୮୦,୦୦୦ ନାଗରିକ ପ୍ରାଣ ହରାଇଥିଲେ। ଏହି ଭୟଙ୍କର ବିନାଶ ଦେଖି ଜାପାନ ଶେଷରେ ମୁଣ୍ଡ ନୁଆଁଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.