ସଂସଦରେ ରାହୁଲଙ୍କ ଫ୍ଲାଇଂ କିସ୍; ସ୍ମୃତି ଇରାନୀ କହିଲେ ‘ମହିଳା ବିରୋଧୀ ପୁରୁଷ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ସାଂସଦ ରାହୁଲ ଗାନ୍ଧୀ ଦେଲେ ଫ୍ଲାଇଂ କିସ । ତାତିଲେ ମହିଳା ସାଂସଦ । ସ୍ପିକରଙ୍କ ନିକଟରେ କଲେ ଅଭିଯୋଗ । ସ୍ମୃତି ଇରାନୀ କହିଲେ ଏହା ଅଭଦ୍ରତା । ହେଲେ ରାହୁଲଙ୍କ ଫ୍ଲାଇଂ କିସ କାହିଁକି ଦେଉଥିଲେ ? କାହା ଉଦ୍ଦେଶ୍ୟରେ ଥିଲା ? ବୁଧବାର ଥିଲା ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ପ୍ରଥମେ ରାହୁଲ ଗାନ୍ଧି ସଂସଦରେ ତାଙ୍କର ମତ ରଖିଥିଲେ । ଭାଷଣ ଶେଷ କରି ରାହୁଲ ଫେରୁଥିଲେ । ସ୍ମୃତି ଇରାନୀ ନିଜ ବକ୍ତବ୍ୟ ଦେଉଥିଲେ । ଯିବା ସମୟରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସ ଦେଇଥିଲେ, ଯାହାକୁ ନେଇ ମହିଳା ସାଂସଦ ଅଭିଯୋଗ କରିଥିଲେ । ଏହି ସମୟର ଦୃଶ୍ୟ ଏବେ ଭାଇରାଲ ହୋଇଛି ।ତେବେ ଭିଡିଓ ଅନସାରେ, ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ଭାଷଣ ଦେଇ ଯେତେବେଳେ ଲୋକସଭା ପରିସରରୁ ବାହାରକୁ ଆସୁଥିଲେ ସେତେବେଳେ ତାଙ୍କର କିଛି ଫାଇଲ ତଳେ ପଡିଗଲା । ରାହୁଲ ନଇଁପଡି ଏହାକୁ ଉଠାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ କିଛି ବିଜେପି ସାଂସଦ ହସି ଦେଇଥିଲେ । ଏହା ପରେ ରାହୁଲ ବିଜେପି ସାଂସଦଙ୍କୁ ଚାହିଁ ଫ୍ଲାଇଂ କିସ ଦେଲେ ଏବଂ ହସି ହସି ବାହାରକୁ ଚାଲି ଯାଇଥିଲେ । ଏହାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଥିଲା । ସାଂସଦରେ ଭାଷଣ ଦେବା ସମୟୂରେ କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ, ଜଣେ ମହିଳା ବିରୋଧୀ ବ୍ୟକ୍ତି ହିଁ ସଂସଦରେ ମହିଳା ସାଂସଦଙ୍କୁ ଫ୍ଲାଇଂ କିସ ଦେଇପାରେ । ଏମିତି ଉଦାହରଣ କେବେ ଦେଖା ଯାଇ ନ ଥିଲା । ଏଥିରୁ ଜଣାପଡୁଛି ମହିଳାଙ୍କ ପ୍ରସଙ୍ଗରେ ତାଙ୍କର ଚିନ୍ତାଧାରା କେମିତି । ଏହା ଅଭଦ୍ରତା । ଏହାକୁ ନେଇ ମହିଳା ସାଂସଦମାନେ ଲୋକସଭା ଅଧ୍ୟକ୍ଷ ଓମ ବିରଲାଙ୍କ ନିକଟରେ ଅଭିଯୋଗ କରିବା ସହ ଏହା ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.