ଥଇଥାନ ହେଲେ ମାନସିକ ବିକାର ଗ୍ରସ୍ତ ଡଲି ବାନ୍ଦୀଛୋଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଜୀବନରେ ପାଠପଢ଼ି ଅନ୍ୟମାନଙ୍କ ଭଳି ସମାଜରେ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବାର ପ୍ରବଳ ଇଚ୍ଛାଥିଲା। ନିରୁପାୟ ଗରିବ ଘରର ଝିଅ, ହେଲେ ନିଜ ଅଧ୍ୟବସାୟ ବଳରେ ମାଟ୍ରିକ ପାସ କଲେ। ପରେ ମାନସିକ ରୋଗରେ ପୀଡ଼ିତ ହୋଇ ମାନସିକ ଭିନ୍ନକ୍ଷମ ପାଲଟିଗଲେ। ଉଚ୍ଚଶିକ୍ଷା ସ୍ଵପ୍ନ ସ୍ଵପ୍ନରେ ରହିଗଲା, ମା’ବାପା ପାଇଁ ମଧ୍ୟ ସେ ଅଲୋଡ଼ା ପାଲଟିଛନ୍ତି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଅଧିନ ମାନଝରି ଗ୍ରାମ ପଞ୍ଚାୟତ ଗ୍ରୀଣ୍ଡୋଳ ଗାଁର ଦିବ୍ୟାଙ୍ଗ ମାନସିକ ରୋଗାଗ୍ରସ୍ତ ଡଲି ବନ୍ଦିଛୋଡଙ୍କୁ ଦୀର୍ଘ ଦିନରୁ ସାବତ ମା ସପୁରି ବନ୍ଦୀଛୋଡ, ବାପା ଗୋବର୍ଦ୍ଧନ ବନ୍ଦୀଛୋଡ ଘରେ ଏକୁଟିଆ ଛାଡ଼ି କେଉଁଆଡ଼େ ଚାଲି ଯାଇଛନ୍ତି। ପାଖପଡ଼ୋଶୀ ଦେଉଥିବା କିଛି ଖାଦ୍ୟ ଗ୍ରହଣ କରି ସେ ବଞ୍ଚି ରହିଛନ୍ତି। ଏନେଇ ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଆଜି ଗୋଲମୁଣ୍ଡା ବ୍ଲକ ପ୍ରଶାସନ ଓ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବହୁଜନ ସଂଗ୍ରାମ ସମିତି କର୍ମକର୍ତ୍ତା ଏବଂ କିଛି ସାମାଜିକ କର୍ମୀଙ୍କ ମିଳିତ ପ୍ରୟାସରେ ଧର୍ମଗଡ଼ ମିସିନାରୀ ଅଫ ଚାରିଟିରେ ଥଇଥାନ ହୋଇଥିବା ଜଣା ପଡ଼ିଛି। ଥଇଥାନ ସମୟରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଧୁ ମହାନନ୍ଦ, ମାନଝରି ସରପଞ୍ଚ ଜଗଜୀବନ ଅଘରିଆ, ବିକାଶ ପଣ୍ଡା, ରୁପେଶ ପଣ୍ଡା,ସାମାଜିକ ସୁରକ୍ଷା ଅଧିକାରୀ ବୁଲୁ ବେହେରା, ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ, ସମାଜିକକର୍ମୀ ଢଗ ନାଏକ ଓ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.