ବିଶ୍ଵନାଥପୁରରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ବନାଞ୍ଚଳ ପକ୍ଷରୁ ବିଶ୍ଵନାଥପୁର ରେଞ୍ଜ ଅଫିସ କାର୍ଯ୍ୟଳୟ ଠାରେ ଏସିଏଫ୍ ତଥା ବିଶ୍ଵନାଥପୁର ଭାରପ୍ରାପ୍ତ ରେଞ୍ଜର ନରୋତ୍ତମ ମାଝଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା ଏବଂ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଗ୍ନିଶମ ଲିଡିଙ୍ଗ୍ ଫାୟାର ଫାଇଡର ଦେବରାଜ ସରକାର, ମୂଷାନାଳ ବନ ସୁରକ୍ଷା ସମିତି ସଭାପତି ମୀନକେତନ ପରିଛା ମଞ୍ଚାସିନ ରହି ଜଙ୍ଗଲ ନିଆଁର କାରଣ ଓ ତାର ନିରାକରଣ ଉପରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନରେଶ କୁମାର ଶବର, ଫାୟାର ଫାଇଡର ଶରତ ଚନ୍ଦ୍ର ବେହେରା, ମନୋଜ ଦଣ୍ଡିଆ, ସୁଧାଂଶୁ ଶେଖର ଦାସ, ଶିବ କିସନ ପ୍ରମୁଖ ଜଙ୍ଗଲରେ ନିଆଁ ଲାଗିଲେ କିପରି ତୁରନ୍ତ ଆୟତ କରା‌ଯିବ ଏବଂ ବିଭିନ୍ନ ପ୍ରକାରର ଉଦ୍ଧାର କୌଶନ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମକୁ ଏଜେୱାଇ ଟିମ୍ ଲିଡର ନିରାକାର ଦାଶ ପରିଚାଳନା କରିଥିବା ବେଳେ ଏଥିରେ ବିଶ୍ଵନାଥପୁର ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ, ଲାଞ୍ଜିଗଡ଼ ଫରେଷ୍ଟର ଧରଣୀଧର ପଣ୍ଡା, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ, ସିକେରକୁପା ଫରେଷ୍ଟର ଭାଗିରଥି ନାଏକ, ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର, ଫରେଷ୍ଟର ଚିତ୍ତରଞ୍ଜନ ବେହେରା, ମହେଶ ମହାପାତ୍ର, ସୁନୀଲ କୁମାର ଦୁର୍ଗା, ଫରେଷ୍ଟ ଗାର୍ଡ ବବୁଲୁ ନାଏକ, ଜାହ୍ନବୀ ମୁଣ୍ଡା, ଲଲିତ ନାଏକ, କର୍ମଚାରୀ ବୁଦ୍ଧିଆ ବଗର୍ତ୍ତୀ, ଯୁବରାଜ ମାଝୀ, ଏଜେୱାଇ ଟିମ୍ ଲିଡର ଅମୁଲ୍ୟ ତ୍ରିପାଠୀ, ଡିଓ ଉଦିତ କୁମାର ନାଏକ, ତୁଳାରାମ ନିଆଲ, ସନ୍ତୋଷ ମାଝୀଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.