ରାୟଗଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏୟୁପିଟିଏଫ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲାର ସମସ୍ତ ବର୍ଗର ଶୀର୍ଷ ଶିକ୍ଷକ ନେତୃବୃନ୍ଦ ଙ୍କ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବୀପତ୍ର ପ୍ରଦାନ କରାଯାଇଅଛି । ରାୟଗଡ଼ା ଜିଲ୍ଲା ଏୟୁପିଟିଏଫ ସଭାପତି ଅଜିତ ଚୌଧୁରୀଙ୍କ ନେତୃତ୍ୱରେ ଛଅଶହରୁ ଉର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ଏକ ରାଲିରେ ଯାଇ ପ୍ରଥମେ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ଓ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ବର ପ୍ରଧାନ ଶିକ୍ଷକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ବ୍ୟାନର ଓ ପ୍ଲାକାର୍ଡ ଧରି ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ଦାବୀ ଗୁଡ଼ିକ ପୂରଣ ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ । ନୂତନ ପେନସନ ଉଚ୍ଛେଦ କରି ପୁରାତନ ପେନସନ ଲାଗୁ କରିବା, ଅବିକଳ କେନ୍ଦ୍ରୀୟ ହାରରେ ଲେବିଲ ନଅ ଅର୍ଥାତ୍ ୪୨୦୦ ଗ୍ରେଡ ପେ ପ୍ରଦାନ, ଶିକ୍ଷାକର୍ମି ଓ ଶିକ୍ଷା ସହାୟକ ଚାକିରି ସମୟକୁ ନୋଷନାଲ ଇନକ୍ରୀମେଣ୍ଟ ପ୍ରଦାନ ସହ ନିୟମିତ ଘୋଷଣା କରିବା, ଏକ୍ସ କ୍ୟାଡର୍ ଉଚ୍ଛେଦ, କଳା ଓ କ୍ରୀଡ଼ା ଓ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଆଦି ଦାବି ସେଥିରେ ଉଲ୍ଲେଖ ଅଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ନଭେମ୍ବର ମାସରେ ସରକାର ଅତିଶିଘ୍ର ଦାବିଗୁଡିକୁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଠ ମାସ ବିତିଗଲେ ଦାବିଗୁଡିକୁ ବିଚାର କରିନଥିବାରୁ ରାୟଗଡ଼ା ସମେତ ଓଡ଼ିଶାର ସମସ୍ତ ଜିଲ୍ଲା ଏହି ଦାବୀ ପତ୍ର ପ୍ରଦାନ କରିଥିବା ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଛନ୍ତି। ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସରକାର ଦାବିଗୁଡିକୁ ବିଚାର ନକଲେ ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ସମସ୍ତ ବର୍ଗର ଶିକ୍ଷକ ସାମୁହିକ ଛୁଟି ନେଇ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜିଲ୍ଲା ସଭାପତି ଅଜିତ ଚୌଧୁରୀ ପ୍ରକାଶ କରିଛନ୍ତି। ପିଲାଙ୍କ ଶିକ୍ଷା ଙ୍କ ଭବିଷ୍ୟତ ପ୍ରତି ଆମେ ଚିନ୍ତିତ, କିନ୍ତୁ, ସରକାର ଶିକ୍ଷା ବିଭାଗ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବାରୁ ଏଭଳି ନିଷ୍ପତି ରାଜ୍ୟସଂଘ ତରଫରୁ ନିଆଯାଇଥିବା ଶ୍ରୀ ଚୌଧୁରୀ କହି ସମସ୍ତ ବର୍ଗର ଶିକ୍ଷକଙ୍କ ପୂର୍ଣ୍ଣ ସହଯୋଗ ସେ ଆଶା କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.