ଆନ୍ତଃ ରାଜ୍ୟ ୩୬ତମ ହ୍ୟାଣବଲ ପ୍ରତିଯୋଗିତା ପାଇଁ ରାୟଗଡ଼ା ଦଳର କେନ୍ଦୁଝର ଗସ୍ତ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ମାସ କେନ୍ଦୁଝରରେ ହେବାକୁ ଥିବା ଆନ୍ତଃ ରାଜ୍ୟ ୩୬ ତମ ସିନିୟର ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ରାୟଗଡା ଦଳ ନିଜର ଗସ୍ତ ଆରମ୍ଭ କରିଛି | ଏହି ଆନ୍ତଃ ରାଜ୍ୟ ହ୍ୟାଣ୍ଡ ବଲ ପ୍ରତିଯୋଗିତା ଟି ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲାର ସଦର ମହକୁମା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜଣା ପଡିଛି I ଅଗଷ୍ଟ ୧୨ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ରେ ଭାଗ ନେବା ନେଇ ଜିଲ୍ଲାର ଖେଳାଳି ମାନେ ଖୁବ ଉତ୍ସୁକ ଥିବା ବେଳେ ଦୀର୍ଘ ସମୟ ଧରି ସମସ୍ତ ଖେଳାଳି ଏଥି ପାଇଁ କଠିନ ପରିଶ୍ରମ କରିଥିବା ଦଳର କୋଚ ମହେଶ୍ୱର ଗୌଡ଼ ,ଓ ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ନାରାୟଣ ଚୌଧୁରୀଙ୍କ ସୂଚନା ପ୍ରକାଶ କରିଛନ୍ତି I ପୂର୍ବରୁ ଅନେକ ଥର ରାୟଗଡା ଦଳର ଅନେକ ଖେଳାଳି ହ୍ୟାଣବଲ ରେ ଅନେକ ଗୁଡିଏ ଆନ୍ତଃ ରାଜ୍ୟ ତଥା ଜାତୀୟ ସ୍ତରୀୟ ପ୍ରତିଯୋଗିତା ଗୁଡିକ ରେ ଭାଗ ନେବା ସହ ଅତି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଛନ୍ତି I ସବୁ ଥର ଭଳି ଏଥର ମଧ୍ୟ ଦଳ ତାର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଥିବା I ରାୟଗଡା ଦଳର କ୍ୟାପଟେନ ଆଶୁତୋଷ ପାତ୍ର ପ୍ରକାଶ କରିଛନ୍ତି I ତେବେ ୧୨ ଜଣିଆ ଖେଳାଳି ଙ୍କ ସହ ଏହି ଦଳରେ କୋଚ ସମେତ ଟିମ ,ରମାକାନ୍ତ ଜାଲ , ସରଜ କୁମାର ଦଳେଇ , ଇସାକ୍ ପାଣି ,ଆଶୁତୋଷ ପାତ୍ର , ଦୀପିସନ ଖୋରା , ଗୁଲୁସୋଂନ କୁସୁଲିଆ ,ଦିଲୀପି ବେହେରା ,ଆକାଶ ପ୍ରଧାନ ,ବିକାଶ ନାୟକ , ସିଧାର୍ଥ ଚୌଧୁରୀ , ରୁଦ୍ର ପ୍ରତାପ ନାୟକ , ରୋହୀତ ଡକୁଆ , ସରଜ ହିକକା ,ରାମ କାନ୍ତ ଜାଲ ,ରଂଜିତି ପ୍ରତାପ ନାୟକ ପ୍ରମୁଖ ରହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.