ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଟକ (ବିରଞ୍ଚି ନାରାୟଣ ପତ୍ରୀ): ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓଡ଼ିଶା ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି | ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା ଶ୍ରୀ ତ୍ରିପାଠୀ ତାଙ୍କର ବିଜୟ ରାଜ୍ୟର ସ୍ୱାଭିମାନୀ ଆଇନଜୀବୀ ମାନଙ୍କ ବିଜୟ ବୋଲି କହିଛନ୍ତି | ରାଜ୍ୟରେ ଆଇନଜୀବୀ ମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧିଲାଗି ଆଡ଼ଭୋକେଟ ଏକାଡେମୀ ପ୍ରତିଷ୍ଠା ସହିତ ସବୁ ବାରରେ ଇ-ଲାଇବ୍ରେରୀ ପାଇଁ ବନ୍ଦୋବସ୍ତ କରିବା ,ରାଜ୍ୟ ଆଇନଜୀବୀ ପରିଷଦର ପ୍ରାଥମିକତା ଆଇନଜୀବୀ ମାନଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି ସହ ସେମାନଙ୍କୁ ରାଜ୍ୟସରକାର ସ୍ବାସ୍ଥ୍ୟବୀମା ଯୋଗାଇଦେବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି | ଆଇନଜୀବୀ ମାନଙ୍କର ସ୍ୱାଭିମାନ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଆଇନଜୀବୀ ପରିଷଦରେ “ଗୋଟିଏ ବାର ଗୋଟିଏ ଭୋଟ” ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ତ୍ରିପାଠୀ ଆଇନଜୀବୀ ତଥା ବାର ଆସୋସିଏସନ ଦ୍ୱାରାବିଭିନ୍ନ ସମୟରେ ଉଚ୍ଚ ପ୍ରସଂଶିତ ହୋଇଥିଲେ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର ଆଇନ ବିଶ୍ୱବିଦ୍ୟାଳୟ ଓ ସିଙ୍ଗାପୁରରେ ଆଇନ ସମ୍ବନ୍ଧୟ ପାଠ ପଢ଼ିବା ସହ ଭାରତୀୟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି | ଶ୍ରୀକ୍ଷେତ୍ର ପୁରୀ, ମିଶ୍ର ସାହିରେ ଜନ୍ମିତ ତଥା ବିଶ୍ୱମ୍ବର ବିଦ୍ୟାପୀଠର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ (ପ୍ରଧାନଶିକ୍ଷକ) ସ୍ୱର୍ଗତ ଦିବାକର ତ୍ରିପାଠୀଙ୍କର ସୁପୁତ୍ର | ରାଜ୍ୟର ବିଭିନ୍ନ ଗଣ ସଙ୍ଗଠନ ଭାଷାପ୍ରେମୀ ମଧୁପ୍ରେମୀ ତଥା ବିଭିନ୍ନ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀମାନେ ଶ୍ରୀ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.