ସରିଆଁରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆରପିଏଫ ୬୪ ବାଟାଲିଆନର ଗଣେଶ କୁମାର ସିଂ ଯୋଗଦାନ କରି ଦେଶ ପ୍ରତି ଯୁବକ ମାନଙ୍କ କର୍ତ୍ତବ୍ୟ ଓ ଦାଇତ୍ୱ ବିଷୟରେ କହିଥିଲେ । ଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବରିଷ୍ଠ ଶିକ୍ଷକ କୈଳାଶ ଭୋଇଙ୍କ ନିର୍ଦ୍ଦେଶନାରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମାନଙ୍କ ଦ୍ୱାରା ସ୍ୱଗାତ ସଂଗୀତ ପରିବେଷିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣାର ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଯୁବ ଦିବସରେ ଯୁବ ସମାଜଙ୍କୁ ଦେଶ ପ୍ରତି ଉତ୍ତର ଦାୟିତ୍ୱ ବିଷୟରେ ସଂଦେଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ସିଆରପିଏଫ ୬୪ ବାଟାଲିଆନ ଡେପୁଟି କମାଣ୍ଡେଣ୍ଟ ଜିତ ବାହନ ଓରାନ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସରିଆଁ ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଟଙ୍କଧର ସା ପ୍ରମୁଖ ମଞ୍ଚସୀନ ରହି ମାର୍ଗଦର୍ଶନ ଦେଇଥିଲେ । ରିସୋର୍ସ ପର୍ଶନ ଭାବରେ ନେହେରୁ ଯୁବ କେନ୍ଦ୍ର ର ଲେଖପାଳ ଦ୍ୱିତୀୟା ବନଛୋର ଏବଂ ବିଶିଷ୍ଟ ଲେଖକ ଡିଲେଶ୍ୱର ରଣା ‘ପଞ୍ଚ ପ୍ରାଣ’ ପ୍ରସଙ୍ଗ ଉପରେ ଉପସ୍ଥାପନା କରିଥିଲେ।

Udyog Nursery
Udyogi Nursery

ତତ୍ତପରେ ସହିଦ ବୀର ଯବାନ ଶ୍ରୀ ତେମନ୍ତ ମାଝୀଙ୍କୁ ଅନୁଷ୍ଠାନ ତରଫରୁ ମରଣୋତ୍ତର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତାଙ୍କ ଭାଇ ଦୁଷ୍ମନ୍ତ ମାଝୀଙ୍କୁ ମଞ୍ଚରେ ଏହା ସମର୍ପଣ କରାଯାଇଥିଲା। ଇତ୍ୟାବସରରେ ନର୍ଲାର ବରିଷ୍ଠ ସାମ୍ବାଦିକ ପ୍ରଗତିବାଦୀ ପ୍ରତିନିଧି ଲିଙ୍ଗରାଜ ମିଶ୍ର, ସମାଜ ପ୍ରତିନିଧି ମନୋଜ ଶଢଙ୍ଗୀଙ୍କ ସମେତ ଅଞ୍ଚଳର ୧୧ ଜଣ ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସରିଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଜଗୁଲାଲ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ, ସମ୍ପାଦକ ମିଳନ କୁମାର ଭୋଇ, ଉପସଭାପତି ଶୁକଦେବ ଭୋଇ ଏବଂ ଉପଦେଷ୍ଟା ସଦସ୍ୟ ସ୍ୱାଧିନ କୁମାର ଭୋଇ, ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସରିଆଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.