ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ ସେକ୍ସସନର ରାକ୍ସି ପଞ୍ଚାୟତ ଗୋର୍ଦୋମୁଣ୍ଡା ପରିସରରେ ଉତ୍ତର ବନଖଣ୍ଡ ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦେଇ ସମସ୍ତଙ୍କୁ ଜଙ୍ଗଲଜମିର ସୁରକ୍ଷା ଏବଂ ବୃକ୍ଷ ରୋପଣ କଲେ ପରିବେଶ କିଭଳି ସୁରକ୍ଷିତ ରହିବ ସେ ନେଇ ଉଦବୋଧନ ଦେବା ସହ ଜନ ସଚେତନତା ସୃଷ୍ଟି କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ନର୍ଲା ବ୍ଳକ୍ ଜୋନ୍ ୧ ର ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ ଓ ବନ ବିଭାଗୀୟ ଅଧିକାରୀ ଯୋଗଦାନ କରି ଜଙ୍ଗଲ ସୁରକ୍ଷା ଓ ବନ ମହୋତ୍ସବର ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ନିଗମାନନ୍ଦ ସାହୁ, ନନ୍ଦୁଲାଲ ମାଝୀ, ଭୁବନ ବାଗ, ଚକିତ ତାଣ୍ଡିଙ୍କ ସମେତ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।