ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ବିଜେତା ଭାରତର ର‌୍ୟାଙ୍କିଙ୍ଗରେ ସୁଧାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟାଇଟଲ ଜିତିବା ଯୋଗୁ ଭାରତର ଏଫଆଇଏଚ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ତାଜା ର‌୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୨୧ ପରେ ଭାରତ ପୁନର୍ବାର ଏହି ସ୍ଥାନକୁ ଫେରିଛି । ରବିବାର ଜାରୀ କରାଯାଇଥିବା ର‌୍ୟାଙ୍କିଙ୍ଗରେ ଭାରତକୁ ଗୋଟିଏ ପଂଏଟର ଫାଇଦା ହୋଇଛି । ଏଥିଯୋଗୁ ଇଂଲଣ୍ଡକୁ ପଛରେ ପକାଇ ଟିମ ଇଣ୍ଡିଆ ତୃତୀୟ ସ୍ଥାନ ହାସଲ କରିଛି । ଭାରତର ର‌୍ୟାଙ୍କିଙ୍ଗ ପଂଏଟ ୨୭୭୧.୩୫ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବେଲଜିୟମର ପଂଏଟ ୨୯୧୭.୮୭ ରହିଛି । ୩୦୯୫.୯ ୦ ପଂଏଟ ସହ ନେଦରଲାଣ୍ଡସ ଶୀର୍ଷ ସ୍ଥାନ ବଜାୟ ରଖିଛି । ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ୪ର୍ଥ ଥର ପାଇଁ ଟାଇଟଲ ହାସଲ କରିଛି । ଫାଇନାଲରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ୫ମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତ ଥରେ ରନର୍ସଅପ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.