ରୋନାଲ୍ଡୋଙ୍କ ବିପକ୍ଷ ଟିମରେ ଖେଳିବା ପାଇଁ ନେମାରଙ୍କୁ ଅଫର ହେଲା ୧୪୫୫ କୋଟି

ଓଡ଼ିଆ ବାର୍ତ୍ତା/ ଦୁବାଇ: ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳି ନେମାର ଜୁନିୟରଙ୍କୁ ସାଉଦି ଆରବ କ୍ଲବ ପକ୍ଷରୁ ଖେଳିବା ପାଇଁ ଲୋଭନୀୟ ଅଫର ଆସିଛି । ଦୁବାଇ ଫୁଟବଲ ଲିଗରେ ଅଲ ନସ୍ର ଟିମ ପକ୍ଷରୁ କ୍ରିଷ୍ଟିଆନ ରୋନାଲ୍ଡୋ ଖେଳି ପ୍ରଥମ ଥର ପାଇଁ ଦଳକୁ ଚାମ୍ପିୟନର ସ୍ୱାଦ ଚଖାଇଛନ୍ତି । ଅଲ ନସ୍ର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଟିମ ଅଲ ହିଲାଲ ନେମାରଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏପରିକି ୨ ବର୍ଷ ପାଇଁ ୧୪୫୫ କୋଟି ଟଙ୍କା ଦେବା ପାଇଁ କ୍ଲବ ରାଜି ଅଛି । ଅବଶ୍ୟ ନେମାରଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ । ବ୍ରାଜିଲର ଷ୍ଟାର ଖେଳାଳି ଏବେ ଫ୍ରାନ୍ସର ପ୍ୟାରିସ ସେଂଟ ଜର୍ମନ ପକ୍ଷରୁ ଖେଳୁଛନ୍ତି । ରୋନାଲ୍ଡୋ, ସାଦିୟେ ମାନୋ, କରୀମ ବେଂଜାମା, ରିୟାନ ମହରେଜ ଓ ଏଂଗେଲ କାଂଟୋଙ୍କ ପରି ଖେଳାଳି ୟୁରୋପ ଛାଡି ୟୁଏଇରେ ଖେଳୁଛନ୍ତି । ନେମାର ସେମାନଙ୍କୁ ଅନୁସରଣ କରୁଛନ୍ତି କି ନାହିଁ ତାହା ଅଳ୍ପ ଦିନ ମଧ୍ୟରେ ଜଣାପଡିବ । କିଲିୟାନ ଏମ୍ବାପ୍ପେ ୟୁଏଇରେ ଖେଳିବା ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ତାହା ସତ୍ୟ ପ୍ରମାଣିତ ହୋଇ ନ ଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.