ଜିଲ୍ଲା ଯୁବ କଳାକାର ମହାସଂଘ ବଲାଙ୍ଗିର ପକ୍ଷରୁ କଳାକାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା):  ବଲାଙ୍ଗିର ପି.ପି.ଏକାଡେମି ଠାରେ ଜିଲ୍ଲା ଯୁବ କଳାକାର ମହାସଂଘ ବଲାଙ୍ଗିର ତରଫରୁ ପଶ୍ଚିମ ଓଡିଶା (କୋସଲାଞ୍ଚଳ)ର ବିଭିନ୍ନ କଳାକାର କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟରୁ ପାଇଥିବା ସ୍କୋଳାରସିପ, ଫେଲୋସିପ ପ୍ରାୟ ଦଶ ଗୋଟି ଜିଲ୍ଲାର ପଚାଶ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ସବୁ ବର୍ଷ ସ୍କୋଲାରସିପ, ଫେଲୋସିପରେ କୋସଲାଞ୍ଚଳର ବିଭିନ୍ନ କଳାକାର ମନୋନିତ ହୋଇଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ତଥା କୋସଲାଞ୍ଚଳର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱଦରବାରରେ ବଂଚାଇ ରଖିବା ପାଇଁ ଜିଲ୍ଲା ଯୁବ କଳାକାର ମହାସଂଘ ତରଫରୁ ପଶ୍ଚିମ ଓଡିଶାର ଦଶ ଜିଲ୍ଲାରୁ ପ୍ରାୟ ପଚାଶ ଜଣଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନିରଞ୍ଜନ ବିଶି ସାଂସଦ ରାଜ୍ୟସଭା, ଗୋପାଳଜୀ ପାଣିଗ୍ରାହୀ ଆବାହକ ଏକ୍ସନ କମିଟି, ଜିଲ୍ଲା କଳାକାର ସାଂସ୍କୃତିକ ସଂଘର ଜଗଦାନନ୍ଦ ଛୁରିଆ ଏବଂ ଗୋଳାପ ବାଗ, ଜିଲ୍ଲା ଯୁବ କଳାକାର ସଂଘର ସଭାପତି ବିନୋଦ କାଲସାଏ ଏବଂ ଉପଦେଷ୍ଟା ଗୋପାଳ ପଧାନ ପ୍ରମୁଖ ମଂଚାସିନ ଥିବା ବେଳେ ବିରେନ୍ଦ୍ର ପାଣ୍ଡେ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନବିନ କୁଅଁର, ବ୍ରହ୍ମାନନ୍ଦ ବନଛୋର, କପିଳ ଖମାରୀ, ନିଲାଞ୍ଚଳ ନନ୍ଦ, ଅଶୋକ ଦିପ, ହିମାଂଶୁ ଖମାରୀ, ମନରଞ୍ଜନ ସାହୁ, ରଶ୍ମି ପାତ୍ର, ମିଲି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୋମନାଥ ମିଶ୍ର, ସନ୍ଦିପ ବାଗ, ରବି ଖମାରି, ସୁରେଶ ଡାଙ୍ଗ, ହରିଓମ ପଟେଲ, ବିନୟ ସୁନା, ଅଷ୍ଟମି ନାଗ, ପ୍ରିତମ ଠାକୁର, ରଞ୍ଜିତ ପଧାନ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.