ମହାଶକ୍ତି ଫାଉଣ୍ଡେସନରେ ୭୭ତମ ସ୍ବାଧିନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ୭୭ତମ ସ୍ବାଧିନତା ଦିବସ ମହାଶକ୍ତି ଫାଉଣ୍ଡେସନର ସ୍ଥାୟୀ କାର୍ଯ୍ୟାଳୟ ବୁରାଟ, ମ.ରାମପୁର ଠାରେ ପାଳିତ ହେଇଯାଇଛି। ମୁଖ୍ୟ ଅତିଥି ଭାବେ ବୀଣା ପାଣି ସାହୁ ସରପଞ୍ଚ ମ.ରାମପୁର, ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବି ତଥା ସମାଜ ସେବୀ ସତ୍ୟନାରାୟଣ ସାହୁ, ଅନୁଷ୍ଠାନର ସହ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ପରିଚାଳନା ବୋର୍ଡ ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଜାତୀୟ ପତାକା ଉତ୍ତୋଳନ କରିବାସହ  ନିଜ ଅଭିଭାଷଣ ରଖିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ, ସ୍ଵୟଂ ସହାୟକ ଗୋଷ୍ଠୀ ଓ କୃଷକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ସହ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମହାଶକ୍ତି ଫାଉଣ୍ଡେସନର ମାମିତା ପୁଝାରୀ, ସୁରସେନ୍ ମହାରଣା, ଲଳିତ ବଗର୍ତ୍ତୀ, ଭଗବାନ ରଣା ଓ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.