ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ଆଜି ରାଜ୍ୟର ପୁରପଲ୍ଲୀରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସେହିପରି ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀର ମଥୁରା ପୁର ସରକାରୀ ୟୁପି ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ସହକାରୀ ଶିକ୍ଷକ ବେଣୁଧର ଦେଉଳି, ଘାସିରାମ ମୁଣ୍ଡା, ସୃତି ଜେନା, ସ୍କୁଲ ଅଭିଭାବକ କମିଟି ସଭାପତି ଅକ୍ଷୟ ପତ୍ରୀ ଓ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସର ମହାତ୍ମ ଗାନ କରିବା ସହ ସ୍ବାଧୀନତା ସଂଗ୍ରାମୀଙ୍କ ଗୁଣ ଗାନ କରିଥିଲେ।