ଖଲ୍ଲିକୋଟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପବିତ୍ର ୭୭ତମ ସ୍ୱାଧୀନତା ଦିବସ ଖଲ୍ଲିକୋଟ ସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ପାଳନ ହୋଇଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ନଗରପାଳ ଇଂ. ନିରଞ୍ଜନ ବେହେରା ପତାକା ଉତ୍ତୋଳନ କରି ଦେଶକୁ ସ୍ୱାଧୀନତା ଆଣିବା କ୍ଷେତ୍ରରେ ଖଲ୍ଲିକୋଟ ରାଜପରିବାରର ତ୍ୟାଗ ଅତୁଳନୀୟ ବୋଲି ପ୍ରକାଶ କାରି ଆଧୁନିକ ଖଲ୍ଲିକୋଟ ଗଠନରେ ବର୍ଷିୟାନ ନେତ୍ରୀ ସୁଜ୍ଞାନୀ କୁମାରୀ ଦେଓ ଭୂମିକାକୁ ସ୍ମରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟାକ୍ଷ ଲିଲି ସାହୁଙ୍କ ସମେତ ସମସ୍ତ ପରିଷଦର ସଭ୍ୟ ଓ ନିର୍ବାହୀ ଅଧିକାରୀ ରାଜକିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଖଲ୍ଲିକୋଟ ବ୍ଲକ ପରିସରରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ବିକ୍ରମ ଦୋରା ଓ ସରପଞ୍ଚ ସମିତି ସଭ୍ୟା ଉପସ୍ଥିତ ଥିଲେ। ଏ ଉପଲକ୍ଷେ ଖଲ୍ଲିକୋଟ ବ୍ଲକରେ ଏକ ଶିକ୍ଷା ସଚେତନେତା ରଥର ଶୁଭାରମ୍ଭ କରାଯାଇଥିଲା। ସ୍ଥାନୀୟ ଶିକ୍ଷକ ଭବନରେ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ପତାକା ଉତ୍ତୋଳନ କରିଥିଲେ। ଖଲ୍ଲିକୋଟର ଅବସରପ୍ରାପ୍ତ ସାମରିକ କର୍ମଚାରୀ ସଙ୍ଘର କର୍ମକର୍ତାମାନେ ଏକ ଶୋଭଯାତ୍ରାରେ ସହର ପରିକ୍ରମା କରିବା ସହ ଗାନ୍ଧୀଙ୍କୁ ଫୁଲମାଳ ଦେଇ ଜାତୀୟ ସଂଗୀତ ଗାନ କରିଥିଲେ। ଥାନା ପରିସରରେ ଭାରପ୍ରାପ୍ତ ଥାନା ଅଧିକାରୀ ଦେବପ୍ରତିମ ଦେବତା ପତାକା ଉତ୍ତୋଳନ କରିଥିବା ବେଳେ ବିଭିନ୍ନ ସ୍କୁଲ କଲେଜ ମାନଙ୍କରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.