ସର୍ବ ମଙ୍ଗଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ର ଜିଲ୍ଲା ସ୍ତରରେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଚଳିତ ବର୍ଷର ପ୍ରକାଶିତ ଯୁକ୍ତ ଦୁଇ କଳା ବିଭାଗ ବାର୍ଷିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ମାର୍କ ରଖି ସର୍ବ ମଙ୍ଗଳା +୨ ମହାବିଦ୍ୟାଳୟ ଗୋଲାମୁଣ୍ଡାର ଛାତ୍ର ସନତ କୁମାର ଧାକଡ ଆଜି ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଆୟୋଜିତ ୭୭ତମ ସ୍ଵାଧୀନତା ଦିବସ ଅବସରରେ ସମ୍ମାନିତ ହୋଇଛନ୍ତି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ଉକ୍ତ ମେଧାବୀ ଛାତ୍ରଙ୍କୁ ସମ୍ମାନିତ କରିଥଲେ। ଛାତ୍ର ସନତ କୁମାର ଧାକଡଙ୍କ ଉକ୍ତ ସଫଳତା ପାଇଁ ମହା ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ତାଙ୍କୁ ଓ ତାଙ୍କ ପିତା ମାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.