ଝରାପଡାର କୁନିକୁନି ଛୁଆଙ୍କ ସହ ସ୍ୱାଧୀନତା ଦିବସ ପାଳିଲା ଓଡ଼ିଶା ସାମ୍ୱାଦିକ ସଂଘ

୭୭ବର୍ଷ ପରେ ଦେଶ ସ୍ବାଧିନତାର ସ୍ଵାଦ ଚାଖିଲେ ଝରାପଡ଼ାବାସି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତ ଝରାପଡାର ଅଧିବାସୀ ଭାରତ ସ୍ୱାଧୀନତାର ୭୭ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡାଇ ଭାରତ ମାତାକି ଜୟ, ବନ୍ଦେ ମାତରଂ ର ଧ୍ୱନି ରେ ସମଗ୍ର ଗଗନ ପବନ ପ୍ରକମ୍ପିତ କରିଥିଲେ l ହରଘର ତ୍ରିରଙ୍ଗା ର ବାର୍ତ୍ତା ନେଇ ସୁବର୍ଣ୍ଣପୁର ଓଡ଼ିଶା ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଝରାପଡା ଗ୍ରାମର ପ୍ରତି ଘରେ ତ୍ରିରଙ୍ଗା ପତାକା ବାଣ୍ଟି ବା ସହ ସେଠାରେ ଗାଁ ର ବୟୋଜ୍ୟେଷ୍ଠ ଙ୍କ ହାତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏକଦା ଏହିଗ୍ରାମଟି ସବୁଠାରୁ ଅବହେଳିତ ହୋଇ ସେଠାକାର ଅଧିବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। ଖବରପାଇ ସୋନପୁର ଓଜେୟୁ ଟିମ୍ ସେଠାରେ ପହଞ୍ଚି ଲୋକଙ୍କର ଦୁର୍ଦ୍ଦଶା କୁ ଉପଲବ୍ଧି କରି ସେଠାରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଫୋନ ଯୋଗେ ସବୁକଥା ଜଣାଇଥିଲେ। ପରବର୍ତ୍ତୀ ସମୟରେ ଏମାନଙ୍କ ଦୁଃଖ ଦୁର୍ଦ୍ଦଶା ସବୁକୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏମାନଙ୍କ ପାଖରେ ପହଞ୍ଚି ପ୍ରଥମେ ପଲିଥିନ,ପିଇବା ପାଣି ପାଇଁ ନଳକୂପ ଖନନ ସହ ଗତକାଲି ସରପଞ୍ଚଙ୍କ ଦ୍ବାରା ବିଦ୍ୟୁତ ସଂଯୋଗ ମଧ୍ୟ ହେବା ଦ୍ଵାରା ସେମାନଙ୍କ ଭିତରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏହି ଗ୍ରାମର ଅଧିବାସୀ ଭୋଗୁଥିବା କଷ୍ଟ ର ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଜ଼ିଲ୍ଲାପାଳ ଶ୍ରୀ ରାୟ ପହଞ୍ଚିବାସହ ବିଡ଼ିଓ, ତହସିଲଦାର, ଡିଏଲଓ, ସରପଞ୍ଚ ସମସ୍ତ ଙ୍କୁ ଲୋକ ଙ୍କ ସମସ୍ତ ସମସ୍ୟା ସୁଧାରିବାକୁ ଦୃଢ଼ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ l ତାହା ଖୁବ ଶୀଘ୍ର କାର୍ଯ୍ୟ ରେ ବି ପରିଣତ କଲେ ବିଭିନ୍ନ ବିଭାଗ ଯାଫଳରେ ଝାରପଡ଼ା ଅଧିବାସୀ ମାନଙ୍କ ସ୍ୱପ୍ନ କିଛିକାଂଶରେ ପୁରଣ ହେବାସହ ତାଙ୍କ ମନରେ ଆଶା ସଂଚାର ହୋଇଛି। ତ୍ରିରଙ୍ଗା ଉଡେଇ ଛୋଟ ଛୁଆ, ଅବାଳ ବୃଦ୍ଧ ବନିତା ତ୍ରିରଙ୍ଗା ପତାକା ତଳେ ଜାତୀୟତାବାଦି ସ୍ଲୋଗାନ ଦେଇ ପାଳିଛନ୍ତି ସ୍ୱାଧୀନତା ଦିବସ। ତ୍ରିରଙ୍ଗା ପତାକା ହାତ ରେ ଧରି ଫର ଫର ଉଡ଼ାଇଲେ ଛୋଟ କୁନି ଛୁଆ ଓ ବୁନ୍ଦି ମିଠା ଖାଇ ଏକାଠି ବସି ମଜାନେଲେ l ତୁରନ୍ତ ସୁବିଧା ସୁଯୋଗ ପାଇ ଥିବାରୁ ଜ଼ିଲ୍ଲା ପ୍ରଶାସନ, ସରପଞ୍ଚ ଓ ସାମ୍ବାଦିକ ମାନଙ୍କୁ କୃତଜ୍ଞତା ଜଣାଇଲେ l ପ୍ରଶାସନ ଏତାଦୃଶ ତ୍ୱରିତ ପଦକ୍ଷେପକୁ ଜ଼ିଲ୍ଲା ର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖାର ଦିଲିପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ମହାଦେବ ମଲ୍ଲିକ, ରାଜକିଶୋର ତ୍ରିପାଠୀ ଓ ଭାସ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.