ସଇଁତଲାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ମିନି ଷ୍ଟାଡିୟମ ଠାରେ ୭୭ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଯୋଗଦାନ କରି ପତାକା ଉତ୍ତୋଳନ କରିବା ପରେ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହି ପରିପେକ୍ଷୀରେ ପୂର୍ଵରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଶ୍ରୀ ନାଗ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ସଇଁତଲା ତହସିଲଦାର ମାନସଫିଲ କେରକେଟା, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ , ଆଇଆଇସି ଅବନୀ ସାହୁ, ସିଡ଼ିପିଓ ସବିତା ଦାସ, ବରିଷ୍ଠ ନାଗରିକ ସୁରେନ୍ଦ୍ର ସାହୁ, ସମାଜସେବୀ ମଦନଲାଲ ଅଗ୍ରୱାଲ, ଶ୍ରୀକିଷନ ଅଗ୍ରୱାଲ, ଅର୍ଜୁନଲାଲ ଅଗ୍ରୱାଲ , ସୁବାଷ ରଥ , ପ୍ରଶାନ୍ତ ବଗର୍ତି, ଅଗ୍ନିଶମ ବିଭାଗର ଅଧିକାରୀ ସମୀର ସାହୁ, ସାମ୍ବାଦିକ ଦୟାନିଧି ସାହୁ, ପ୍ରମୋଦ ସେଲମା ଓ ସରପଞ୍ଚ ସୁବ୍ରତ ନାଗ ଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଜନସାଧାରଣ ମାନେ ଉପସ୍ଥିତ ଥିଲେ l ସେହିପରି ବ୍ଲକ କାଯ୍ୟଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସିଭିଲ କୋର୍ଟ ରେ ବିଚାରପତି ଭାଗ୍ୟଶ୍ରୀ ପତି , ତହସିଲ ଅଫିସରେ ତହସିଲଦାର ମାନସଫିଲ କେରକେଟା, ଶିକ୍ଷା ଅଧିକାରୀ କାଯ୍ୟଳୟରେ ବିଇଓ ଗୋବର୍ଦ୍ଧନ ଭୋଇ , ଡାକ୍ତରଖାନାରେ ମେଡିକାଲ ଇନଚାର୍ଜ ସମରେନ୍ଦ୍ର ମହାପାତ୍ର, ଆଇସିଡ଼ିଏସରେ ସିଡିପିଓ ସବିତା ଦାସ, ବଡ଼ମାଳ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରିନସିପାଲ ଟି. ଭି. ରମେଶ , ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ଶିଶୁମନ୍ଦିରରେ ଅନୁଷ୍ଠାନ ସମ୍ପାଦକ ଯୁବରାଜ ରଣା , ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରିନସିପାଲ ଗୋଲକ ଚନ୍ଦ୍ର ମଲ୍ଲିକ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର , କନ୍ୟା ଆଶ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା, ସଇଁତଲା ଥାନାରେ ଆଇଆଇସି ଅବନୀ କୁମାର ସାହୁ, କୃଷି ବିଭାଗରେ ସହକାରୀ କୃଷି ଅଧିକାରୀ ସମ୍ବିତ ସୌରଭ, ଅଗ୍ନିଶମ ବିଭାଗରେ ଇନଚାର୍ଜ ସମୀର ସାହୁ, କେନ୍ଦୁଲିପ ରେଞ୍ଜରେ ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ବନ ବିଭାଗରେ ରେଞ୍ଜର ସଂଘମିତ୍ରା ଭୋଇ ଓ ଗ୍ରାମ ପଞ୍ଚାୟତରେ ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.