ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ସାମାଜିକ ସୁରକ୍ଷା ଯୋଜନାକୁ ସଶକ୍ତିକରଣ କରିବା ଉପଲକ୍ଷେ ସ୍ୱାଧୀନତା ଦିବସରେ ମଧୁବାବୁ ପେନସନ ଯୋଜନା ଶୁଭାରମ୍ଭ ହୋଇଯାଇଛି l ଏଥିରେ ସଇଁତଲା ସରପଞ୍ଚ ସୁବ୍ରତ ନାଗ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଯୋଗଦାନ କରି ମଧୁବାବୁ ଯୋଜନା ଶୁଭାରମ୍ଭ କରିଛନ୍ତି l ଏହି ଯୋଜନାରେ ପଞ୍ଚାୟତର ବୃଦ୍ଧ ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ 45 ଜଣ ହିତାଧିକାରୀମାନଙ୍କୁ ମଧୁବାବୁ ଯୋଜନାରେ ଭର୍ତ୍ତା ବଣ୍ଟନ କରିଥିଲେ l ଏହି ସମୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ , ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ ମହାନନ୍ଦ ଓ ଜୁନିୟର କିରାଣୀ ସଂଗ୍ରାମ ମିଶ୍ର ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନରେ ସହଯୋଗ କରିଥିଲେ l ଏହି କ୍ରମରେ ସଇଁତଲା ବ୍ଲକର କେରମେଳି ପଞ୍ଚାୟତରୁ 36 ଜଣ , ବିବିନା ରୁ 15 ଜଣ , ଆମ୍ବପାଲି ରୁ 27 ଜଣ , ବେଲଗାଁରୁ 38, ଭଦ୍ରାରୁ 52, ବୁଢାବାହାଲରୁ 101 ଜଣ , ଡେଙ୍ଗରୁ 39, ଧରବଗଡ଼ରୁ 33, ଡୁଙ୍ଗୁରିପାଲିରୁ 44, ଗଣ୍ଡପତ୍ରାପାଲିରୁ 99, ଘୁନସରରୁ 96ଜଣ, ଟିକ୍ରାପଡାରୁ 49, ଝିଙ୍କିଡୁଙ୍ଗୁରିରୁ 45, ଜୁରାବନ୍ଦରୁ 41, କନ୍ଦକେଲଗା 43, କଅସର ରୁ 66, କରମତଲା ରୁ 83, କୁଇକେଡା ରୁ 15, କୁମ୍ଭାରୀ ରୁ 37, ଶିଶକେଲା ରୁ 64, ତାଳବାହାଲ ପଞ୍ଚାୟତରୁ ମାତ୍ର 11 ଜଣ ହିତାଧିକାରୀ ଙ୍କୁ ସର୍ବମୋଟ 1079 ଜଣ ହିତାଧିକାରୀ ଭତ୍ତା ବଣ୍ଟନ କରାଯାଇଥିଲା l ଏହି ମଧୁବାବୁ ଯୋଜନାରେ ବ୍ଲକର 1079 ହିତାଧିକାରୀ ଙ୍କୁ ସାମିଲ କରିଥିବାରୁ ବିଡ଼ିଓ ଶ୍ରୀ ନାଗ ଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି l