କେନାଲରେ ଭାସିଯାଉଥିଲେ ଯୁବକ; ଉଦ୍ଧାର କରି ଡାକ୍ତରଖାନା ପଠାଇଲେ ଭୀମ ଆର୍ମୀ କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଉପର ଇନ୍ଦ୍ରାବତୀ ଲିପ୍ଟ କେନାଲର କୋକସରା ବ୍ଲକ ଲଡୁଗାଁ ନିକଟରେ ଜଣେ ଯୁବକ ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା ସମୟରେ କେନାଲ ପାଣିରେ ଭାସିଯାଉଥିଲେ। ଏହି ସମୟରେ ଲଡୁଗାଁ ଭୀମ ଆର୍ମୀ କର୍ମକର୍ତ୍ତାମାନେ ଦେଖିବାକୁ ପାଇ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡ଼ାକ୍ତରଖାନାକୁ ପଠାଇଛନ୍ତି। ଉଦ୍ଧାର ଯୁବକ ଜଣକ ସିର୍ଲିଗୁଡା ଗ୍ରାମର ଫକୀର ମାଝୀ (୩୦) ବୋଲି ଜଣାପଡ଼ିଛି। ଉକ୍ତ ଯୁବକ ପାଣିରେ ଭାସିବା ପରେ ଥଣ୍ଡାରେ ପ୍ରବଳ ଧରୁଥିଲେ। ବର୍ତ୍ତମାନ ସେ ଗୁରୁତର ଥିବା ଜଣାପଡିଛି। ସୂଚନା ଅନୁସାରେ, ଫକୀର ଶୌଚ ପାଇଁ ଯାଇଥିବା ସମୟରେ ଲଡୁଗାଁ କେନାଲରେ ଭାସି ଯାଉଥିବା ଦେଖିବାକୁ ପାଇଁ ଭୀମ ଆର୍ମିର କାର୍ଯ୍ୟକର୍ତ୍ତା ସଞ୍ଜୟ ପାଣିଗ୍ରାହୀ, ସୁରନ୍ ଛତ୍ରିଆ ଓ କିରଣ ପୁଝାରୀ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ସମାଜିକ କର୍ମୀ ପ୍ରଧାନି ବାଗ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ତପନ ନାଏକ, ବିପ୍ଳବ ନାଏକ, ବିଦ୍ୟାଧର ମହନନ୍ଦ, ଆଲୋକ ବାଗ ଓ ରାଜେଶ୍ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.