ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମାଣିକେଶ୍ଵରୀ ମନ୍ଦିର ନିକଟରେ ସନ୍ଧ୍ୟା ସମୟରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକ ଗୋଟେ ଗାଈ ସହିତ୍ ଧକ୍କା ହେବାରୁ ଗୁରୁତର ଆହତ ହୋଇ ତଳେ ଛିଟିକି ପଡିଥିଲେ। ଠିକ ଏହି ସମୟରେ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ ପାଢ଼ୀଙ୍କ ନଜରରେ ଆସିବା ପରେ ନିଜ ଗାଡିରେ ତାକୁ ଧରି ସଦର ମେଡ଼ିକାଲରେ ଚିକିତ୍ସା କରାଇଥିଲେ। ସମାଜସେବୀ ମନୋଜ ପଣ୍ଡା, ସୁରଜ ପୂଜାରୀ ଓ କିଛି ହୃଦୟବାନ ବ୍ୟକ୍ତି ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ପ୍ରତ୍ୟେକ ଦୁର୍ଘଟଣାର ଆହତଙ୍କୁ ମେଡିକାଲ ପହଞ୍ଚାଇ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସାମରିଟାନ ପଲିସିରେ ଦୁଇ ହଜାର ଟଙ୍କା ଆର୍ଥୀକ ପୁରସ୍କାର ପ୍ରଦାନ କରାଯାଉଛି। ଏଣୁ ଆଦୌ ଭୟ ନ କରି ପ୍ରତ୍ୟକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇ ତୁରନ୍ତ ଚିକିତ୍ସା କରିବାକୁ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଅନୁରୋଧ କରିଛନ୍ତି।